ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ। ଏଥର ମୌସୁମୀ ଅଧିବେଶନରେ ରହିଛି ୯ଟି କାର୍ଯ୍ୟ ଦିବସ। ଏଥି ମଧ୍ୟରୁ ଗୋଟିଏ ଦିନ ଛୁଟି ରହିଥିବା ବେଳେ ଦୁଇ ଦିନ ନୋ-ମିଟିଂ ଡେ’ ରହିଛି । ଚଳିତ ଥର ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ରାଜ୍ୟ ସରକାର ବିଧାନସଭାକୁ ଆଣିବେ । ଅନ୍ୟପଟେ ମୋହନ ସରକାରଙ୍କୁ ଘେରିବାକୁ ବିରୋଧ ଦଳମାନେ ପ୍ରସ୍ତୁତ ହୋଇ ରହିଛି ।