ନୂଆପଡ଼ା, (ସତ୍ୟପାଠବ୍ୟୁରୋ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝାରବନ୍ଧ ପଞ୍ଚାୟତର ତିଲେଇମାଲ ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ୨ ଭଉଣୀଙ୍କ ଅକାଳରେ ଜୀବନ ଚାଲିଯାଇଛି। ମୃତକ ହେଲେ ତିଲେଇମାଲ ଗ୍ରାମର ନୀଳକଣ୍ଠ ହଂସଙ୍କ ଝିଅ ଯଶୋଦା ହଂସ (୮) ଓ ଗୁପ୍ତେଶ୍ବରୀ ରୀ ହଂସ (୬)। ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବ ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଦୁଇ ଭଉଣୀ ଗାଧୋଇବା ପାଇଁ ଗାଁର ଦର୍ଲିବନ୍ଧ ପୋଖରୀକୁ ଯାଇଥିଲେ। ତେବେ ଉକ୍ତ ପୋଖରୀର ଉନ୍ନତୀକରଣ କାର୍ଯ୍ୟ ସମୟରେ ପାହାଚ ନିର୍ମାଣ ସହ ପୋଖରୀକୁ ଗଭୀର ଭାବେ ଖନନ କରାଯାଇଥିଲା। ପାହାଚ ନିକଟରେ ଉଭୟ ଭଉଣୀ ଗାଧୋଇବା ସମୟରେ ଗଭୀର ପାଣିକୁ ଚାଲିଯାଇଥିଲେ। ଏହି ସମୟରେ ଅସାବଧାନତ ଯୋଗୁଁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେପଟେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁହେଁ ଘରକୁ ନ ଫେରିବାରୁ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ। ସେଠାରେ ଝିଅମାନଙ୍କୁ ନ ପାଇ ପୋଖରୀ ହୁଡ଼ାରେ ଏକ ବାଲଟିରେ କପଡ଼ା ଥÒବା ଦେଖÒ ସନ୍ଦେହ କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଖରୀରେ ଖୋଜାଖୋଜି କରାଯିବାରୁ ଦୁଇ ଭଉଣୀଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବ ସହ ତଦନ୍ତ ଆରମ୍ଭ କରିଛି।ଦୁଇ ନାବାଳିକା ଝିଅଙ୍କ ଅକାଳ ବିୟୋଗରେ ପରିବାର ଲୋକଙ୍କ ସମେତ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।