ନବରଙ୍ଗପୁର, (ସତ୍ୟପାଠବ୍ୟୁରୋ ): ସାଇରନ ବାଜିବାରୁ ବ୍ୟାଙ୍କରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ବିଫଳ ହୋଇଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡିଙ୍ଗା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ମୁଖ୍ୟ ଗ୍ରିଲର ତାଲାକୁ କାଟିବା ପରେ କବାଟ ତାଲାକୁ ଭାଙ୍ଗି ଭିତରେ ପ୍ରବେଶ କରି ଭିତର ଓ ବାହାର ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। ଷ୍ଟ୍ରଙ୍ଗ ରୁମକୁ ଭାଙ୍ଗିବାକୁ ଉଦ୍ୟମ କରିବା ବେଳେ ସାଇରନ ବାଜିବାରୁ ଡକାୟତମାନେ ଛତ୍ରଭଙ୍ଗ ଦେଇଥିଲେ । ବଡ଼ ଧରଣର ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କ ମ୍ୟାନେଜର କୋଡିଙ୍ଗା ଥାନା ଅଧିକାରୀଙ୍କୁ ତୁରନ୍ତ ଜଣାଇଥିଲେ। ଥାନା ଅଧିକାରୀ ଦୀପକ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆଜି ବ୍ୟାଙ୍କ ଧର୍ମଘଟ ଓ ପରେ ବ୍ୟାଙ୍କର ଲମ୍ବା ଛୁଟି ରହିଥିବାରୁ ଏହାର ସୁଯୋଗ ନେଇ ଡକାୟତମାନେ ଉଦ୍ୟମ କରିଥିଲେ। କିନ୍ତୁ ଏଠି ବିଫଳ ହୋଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ମ୍ୟାନେଜର କୋଡ଼ିଙ୍ଗାରେ ପହଞ୍ଚିବା ପରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।
