ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆସନ୍ତା ୨୨ତାରିଖରେ ସୁପ୍ରିମକୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି । ଆଜିର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଏବଂ ଡିଜି ଚୟନ ସମ୍ପୂର୍ଣ୍ଣ ଆଇନ ସମ୍ପନ୍ନ । ଏଥିରେ କୌଣସି ବ୍ୟତିକ୍ରମ ହୋଇ ନାହିଁ ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ଡିଜିପି ଭାବେ କିଏ ନିଯୁକ୍ତି ପାଇବେ ତାହା ସରକାରଙ୍କ ଶେଷ ନିଷ୍ପତ୍ତି । ଏଥିରେ କୌଣସି ଅଫିସର୍ ଙ୍କ ଅଧିକାର ଦାବି କରିବା ଅବାଞ୍ଚନୀୟ । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଏ ମାମଲାକୁ ରାଜନୈତିକ ଉଦ୍ଧେଶ୍ୟ ରଖି ମାଲାଲା ସୂତ୍ରପାତ୍ କରିଛନ୍ତି ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ଏଥିରେ ଅଫିସରଙ୍କ ନାମ ସୁପାରିଶ ବାବଦରେ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଧିଷ୍ଟ ଆଧାର ନିରୂପଣ କରି ନାହାନ୍ତି । DGP ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି AG ।