ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ଏମଏମଡିଆର ଆଇନକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ। ଆଜି ଏହି ପ୍ରସଙ୍ଗରେ ବିଜେଡି ବିଧାନସଭା ଘେରାଉ କରିଛି। ଏଥିସହ ବଡ଼ ଧରଣର ପ୍ରତିବାଦ ସଭା ମଧ୍ୟ ଆୟୋଜନ କରିଥିଲା। ବିଜେଡିର ଅଭିଯୋଗ ହେଉଛି, ନୂଆ MMDR ଆଇନ ଦ୍ୱାରା ରାଜ୍ୟର ଖଣି ଓ ଖଣିଜ ସମ୍ପଦ ଉପରେ ଥିବା ଅଧିକାର ପ୍ରଭାବିତ ହେବ। ଏହା ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଦଳ ଅଭିଯୋଗ କରିଛି। ଅନ୍ୟପକ୍ଷରେ, ରାଜ୍ୟ ସରକାର ଏହି ଆଇନକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।