ନୂଆଦିଲ୍ଲୀ, (ସତ୍ୟପାଠ ବ୍ୟୁରୋ) : ଏଣିକି ସରକାରୀ ଚାକିରି ପାଇଁ ଆଉ ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ ନାହିଁ। କେବଳ ଲିଖିତ ପରୀକ୍ଷା ଆଧାରରେ ହେବ ସିଲେକ୍ସନ । ଯଦି କୌଣସି ଚାକିରି ଆଶାୟୀ ସାକ୍ଷାତକାର ଦେବାକୁ ଡରୁଥାଆନ୍ତି, ତାହେଲେ ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଅଲଗା ଅଲଗା ସରକାରୀ ଚାକିରି ପାଇଁ ଚୟନ ପ୍ରକ୍ରିୟା ଭିନ୍ନ ହୋଇଥାଏ । କେଉଁଥିରେ ଲିଖିତ ପରୀକ୍ଷା ମେରିଟ୍ ଆଧାରରେ ସିଲେକ୍ସନ ହୁଏ ତ ଆଉ କେଉଁଥିରେ ଇଣ୍ଟର୍ଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ଚାକିରି ମିଳେ । ଗ୍ରାଜୁଏସନ କରିଥିବା ଛାତ୍ରଛାତ୍ରୀମାନେ ଏସଏସସି ସିଜିଏଲ୍ ପରୀକ୍ଷା ଦେଇ ଚାକିରି କରିପାରିବେ । ଏଥିପାଇଁ ପ୍ରଥମେ ଟାୟାର-୧ ଏବଂ ପରେ ଟାୟାର-୨ ପରୀକ୍ଷା କ୍ଲିଅର୍ କରିବାକୁ ପଡିବ । ଏହାପରେ ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ବଡ଼ କଥା ହେଲା ଏଥିରେ କୌଣସି ଇଣ୍ଟର୍ଭ୍ୟୁ ଦେବାକୁ ପଡିବ ନାହିଁ । ସେହିପରି ଦ୍ଵାଦଶ ପଡ଼ିଥିବା ଛାତ୍ରଛାତ୍ରୀମାନେ ଏସଏସସି ସିଏଚଏସଏଲ ପରୀକ୍ଷା ଦେଇପାରିବେ । ଏଥିପାଇଁ ଟାୟାର-୧ ଏବଂ ପରେ ଟାୟାର-୨ ପରୀକ୍ଷା କ୍ଲିଅର୍ କରିବାକୁ ପଡିବ । ଏହାପରେ ସ୍କିଲ ଟେଷ୍ଟ ଦେବାକୁ ପଡିବ । ଶେଷରେ ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ଆଉ ପୂର୍ବ ଭଳି ସାକ୍ଷାତକାର ଦେବାକୁ ପଡ଼ିବ ନାହିଁ।
