ବିଜେଡି NRCକୁ ସମର୍ଥନ କରୁନି: ନବୀନ

ଭୁବନେଶ୍ୱର:ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ତେବେ ନାଗରିକତା ସଂଶୋଧନ ଆଇନ ଭାରତୀୟ ନାଗରିକଙ୍କ ଉପରେ କୈାଣସି ପ୍ରଭାବ ପକାଇବନି କହିବା ସହ ବିଜେଡି ଏନଆରସିକୁ ସମର୍ଥନ କରୁନଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦ୍ୱାରା ଭାରତୀୟ ନାଗରିକଙ୍କ ଉପରେ କୈାଣସି ପ୍ରଭାବ ପଡ଼ିବନି । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ଏହା ସହ ଏନଆରସିକୁ ବିଜେଡି ସମର୍ଥନ କରୁନାହିଁ । ଏନଆରସି ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ସ୍ପଷ୍ଟ କରିଛି । ତେଣୁ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ମଧ୍ୟ ସେ କହିଛନ୍ତି । ତେଣୁ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଉତ୍ୟକ୍ତ ଲୋକଙ୍କୁ  ମଧ୍ୟ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Related Posts