(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ସକାଳୁ ସକାଳୁ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ହେବାରୁ ୩୦ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ଘଟିଛି  ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ଘୋତକି ଜିଲ୍ଲାରେ । ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦ ରେ ପହଞ୍ଚିଥିବା ସୂଚନା ମିଳିଛି। ଏହି ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୭୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ସେନା ମୁତୟନ କରିବାକୁ ପ୍ରଶାସନ ଚିନ୍ତା କରୁଛି।

ମିଳିଥିବା ସୂଚନା ଅନୁଯାୟୀ ସାର ସୟଦ ଏକ୍ସପ୍ରେସ ଟ୍ରେନ୍ ଲାହୋରରୁ କରାଚି ଅଭିମୁଖେ ଯାଉଥିବା ବେଳେ କରାଚିରୁ ସାର୍ଗୋଧା ଆସୁଥିବା ମିଲିଆତ ଏକ୍ସପ୍ରେସ ସହ ଦୁର୍ଘଟଣା ହୋଇଛି। ମିଲତ୍ ଏକ୍ସପ୍ରେସ୍‌ର ସବୁ ବଗି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ କିଛି ଯାତ୍ରୀ ମୃତ୍ୟୁବରଣ କରୁଥିବା ବେଳେ ଅନେକ ଆହାତ ହୋଇଛନ୍ତି। ଘୋତକି ଜିଲ୍ଲାର ଡେପୁଟି କମିସନର୍ ଉସ୍‌ମାନ୍‌ ଅବ୍ଦୁଲ୍ଲା ସୂଚନା ଦେଇଛନ୍ତି ଯେ ଏହି ଟ୍ରେନ୍ ଦୁର୍ଘଟଣାରେ ପାଖାପାଖି ୫୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।