ଓଏଟି ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତିକୁ କାଏମ ରଖିଛନ୍ତି ହାଇକୋର୍ଟ । ୭ ଅଗଷ୍ଟ ୨୦୧୯ ରାୟକୁ ଚ୍ୟାଲେଂଜ କରି ଆବେଦନ କରାଯାଇଥିବା ସମସ୍ତ ୬ଟି ରିଟ୍ ପିଟିସନ୍ କୁ ସୋମବାର ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଓଏଟି ଉଚ୍ଛେଦ କରିବାକୁ ନେଇ ଜୁଲାଇ ୨୦୧୯ ରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତିକୁ ଚ୍ୟାଲେଂଜ କରି ହାଇକୋର୍ଟ ଯାଇଥିଲା କଟକ ଓଏଟି ବାର ଆସୋସିଏସନ । ୭ ଅଗଷ୍ଟ ୨୦୧୯ ରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ । ଓଡିଶା ପ୍ରାଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ କୋର୍ଟ ମୋହର ମାରିଥିଲେ । ତେବେ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି କଟକ ଓଏଟି ବାର ଆସୋସିଏସନ ସହିତ ଭୁବନେଶ୍ୱର ବାର ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଉନ୍ନୟନ ସଂଘ ହାଇକୋର୍ଟରେ ପୁଣି ଥରେ ୩ଟି ରିଟ୍ ପିଟିସନ ଦାଖଲ କରିଥିଲେ । ଅନ୍ୟପକ୍ଷରେ ଅନ୍ୟ ୩ ଜଣ ବ୍ୟକ୍ତି ଏହା ବିରୋଧରେ ପୁନଃ ବିଚାର କରିବା ପାଇଁ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଆଜି ସମସ୍ତ ୬ଟି ଯାକ ଆବେଦନକୁ ଖାରଜ କରିଦେଇଛନ୍ତି ।

Related Posts