
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ଆୟତ୍ତ ହେବାରେ ଲାଗିଛି । ଏପରି ମୁହୂର୍ତ୍ତରେ ଶିବସେନା ନେତା ସଞ୍ଜୟ ରାଉତ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଫକିର ବୋଲି କହୁଛନ୍ତି କିନ୍ତୁ ୧୫ ଏକରର ବାସସ୍ଥାନରେ ରହିବା ପାଇଁ ଯାଉଛନ୍ତି । ଅପରିପକ୍ଷେ ପ୍ରଧାନମନ୍ତ୍ରୀ ଏବଂ ଉପ-ରାଷ୍ଟ୍ରପତିଙ୍କ ପାଇଁ ନୂତନ ଆବାସ ଯୋଜନା କରିବାକୁ ଥିବା କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପକୁ ଦଳ ସମାଲୋଚନା କରିଛି। ନେତାମାନେ ନୂତନ ଘର ପାଇଲେ ଏବଂ ଅନ୍ୟାନ୍ୟ ସୁବିଧା ପାଇଲେ କିନ୍ତୁ ଲୋକମାନେ କଣ ପାଇଲେ ବୋଲି ସଂଜୟ ରାଉତ ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏକ ନୂତନ ତ୍ରିକୋଣୀୟ ସଂସଦ ଭବନ, ସାଧାରଣ କେନ୍ଦ୍ରୀୟ ସଚିବାଳୟ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ତିନି କିଲୋମିଟର ଦୀର୍ଘ ରାଜପଥର ନବୀକରଣ କରାଯାଉଛି । ଅନ୍ୟପଟେ ଏ ସବୁ କରୋନା ସମୟରେ ହିଁ ନିର୍ମିତ ହେଉଛି । ତେବେ ଏହା ପରବର୍ତ୍ତୀ ସମୟରେ କରୋନାର ପ୍ରମାଣ ସ୍ବରୂପ ନୁହେଁ ତ! ବୋଲି ସଂଜୟ ରାଉତ କହିଛନ୍ତି । ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ୧୩ ଏକର ଜମିରେ ବାସ କରୁଛନ୍ତି । ସେହିପରି ନୂତନ ଯୋଜନା ଅନୁସାରେ ପ୍ରଧାନମନ୍ତ୍ରୀ ୧୫ ଏକର ଘରେ ରହିବେ । ପ୍ରଧାନମନ୍ତ୍ରୀ ନିଜକୁ ଫକିର ବୋଲି କହିଥାନ୍ତି । କିନ୍ତୁ ଫକିର ଶବ୍ଦଟି ତାଙ୍କୁ ଖାପ ଖାଉ ନାହିଁ । ଅନ୍ୟପଟେ ମହାମାରୀ ଯୋଗୁଁ କୋଟି କୋଟି ଲୋକ ଚାକିରୀ ହରାଇଛନ୍ତି । ଯାହାଫଳରେ ଦେଶରେ ଦାରିଦ୍ର୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ କୋଭିଡ କାରଣରୁ 97% ଲୋକ ଦାରିଦ୍ର ସୀମାରେ ଅଛନ୍ତି। ଏପ୍ରିଲ୍ 2020 ରେ, 13 କୋଟି ଲୋକ ଚାକିରୀ ହରାଇଥିଲେ । ସବୁକିଛି ବନ୍ଦ ହୋଇ ରହିଛି । କେବଳ ଶବଦାହ ଏବଂ ସମାଧିସ୍ଥଳ 24 ଘଣ୍ଟା ଖୋଲା ରହିଛି ବୋଲି ସଂଜୟ ରାଉତ କହିଛନ୍ତି। ଏହାର ଜବାବରେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର କେଶବ ଉପାଧ୍ୟାୟ ବଡ଼ ବୟାନ ଦେଇଛନ୍ତି । ତେବେ ଏହି ପ୍ରକଳ୍ପ ନରେନ୍ଦ୍ର ମୋଦୀଙ୍କ ପାଇଁ ନୁହେଁ ବରଂ ଭାରତ ତଥା ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ । ମୋଦୀଙ୍କ ବିପକ୍ଷରେ ଥିବା ସମସ୍ତ ତଥ୍ୟ ସଂଗ୍ରହ ନକରି ତାଙ୍କୁ ସମାଲୋଚନା କରିବା ଏକ ଅଭ୍ୟାସରେ ପରିଣତ ହୋଇଛି। ପ୍ରଥମେ ରାଫେଲ ତାପରେ ଜିଏସ୍ଟି ଏବଂ ବର୍ତ୍ତମାନ ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପ ବିଷୟରେ ସମାଲୋଚନା ଜାରି ରହିଛି ବୋଲି ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି ।