(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେରଳର ଏନ୍. ଏସ୍. ରାଜପନ୍ ଅନେକ ବର୍ଷ ଧରି ଡଙ୍ଗା ଚଳାନ୍ତି। ଗତ କିଛିଦିନ ତଳେ ସ୍ଥାନୀୟ ଗଣମାଧ୍ୟମରେ ତାଙ୍କ କାମକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ପରିବେଶ ସୁରକ୍ଷା ପ୍ରତି ତାଙ୍କର ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ମିଳିଥିଲା। କିନ୍ତୁ ଏହି ସହାୟତା ରାଶି ତାଙ୍କ ଭଉଣୀ ନେଇଯାଇଥିବା ନେଇ ଅଭିଯୋଗ କରିଛନ୍ତି। ରାଜପନଙ୍କ ପକ୍ଷଘାତରେ ଗୋଟିଏ ଗୋଡ ନଷ୍ଟ ହୋଇଯାଇଥିଲେ ମଧ୍ୟ ପରିବେଶ ସୁରକ୍ଷା ପ୍ରତି ତାଙ୍କ ପ୍ରତିବଦ୍ଧତା ପାଇଁ ସେ ପ୍ରଶଂସା ସାଉଁଟି ଥିଲେ। ସେ କେରଳର କୁମାରକୋମରେ ରୁହନ୍ତି। ନିକଟରେ ଥିବା ଭେମ୍ବନାଡ ହ୍ରଦରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଫା କରି ପେଟ ପୋଷନ୍ତି। ହ୍ରଦରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପରେ, ସେ ସଂଗୃହିତ ସାମଗ୍ରୀକୁ ବିକ୍ରି କରି ପେଟ ପୋଷନ୍ତି। ପରିବେଶର ସୁରକ୍ଷା ପାଇଁ ତାଙ୍କର ଏହି ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସେ ପ୍ରଶଂସିତ ହୋଇଥିଲା। ଜାନୁଆରୀ ୩୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ “ମନ କି ବାତ” କାର୍ଯ୍ୟକ୍ରମରେ ତାଙ୍କୁ ପ୍ରଶଂସା କରି କହିଥିଲେ ଯେ ପକ୍ଷାଘାତ କାରଣରୁ ସେ ଚାଲିବାକୁ ଅସମର୍ଥ ତଥାପି ବି ଏହା ସ୍ୱଚ୍ଛତା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରଭାବିତ କରି ନାହିଁ। ରାଜପନ୍ ଜୀ ସମସ୍ତଙ୍କ ପାଇଁ ପ୍ରେରଣା ଏବଂ ସମସ୍ତଙ୍କୁ ପରିଷ୍କାର ପରିଚ୍ଛନ୍ନତା ଦିଗରେ ଯଥା ସମ୍ଭବ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ପରେ ଶୁଭେଚ୍ଛୁମାନେ ରାଜପନଙ୍କୁ ସହଯୋଗର ହାତ ବଢାଇ ଥିଲେ। ଏବଂ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ରାଜପନଙ୍କ ବ୍ୟାଙ୍କ ଆକାଉଣ୍ଟ ତାଙ୍କ ଭଉଣୀ ବିଳାସିନିଙ୍କ ସହ ଜଏଣ୍ଟ ଆକାଉଣ୍ଟ ଖୋଲିଥିଲେ । କିନ୍ତୁ ବର୍ତ୍ତମାନ ସେ ଅଭିଯୋଗ କରିଛନ୍ତି ଯେ, ” ବର୍ତ୍ତମାନ ଯେତେବେଳେ ମୁଁ ମୋ ଭଣଜାଙ୍କ ସହ ବ୍ୟାଙ୍କ ଯାଇଥିଲି, ସେତେବେଳେ ମୋତେ କୁହାଯାଇଥିଲା ଯେ ମୋ ଭଉଣୀ ବିଳାସିନି 5,08,000 ଟଙ୍କା ଉଠାଇ ନେଇଛନ୍ତି । ଏବଂ ମୋତେ ମିଳିଥିବା ଦୁଇଟି ଛୋଟ ଡଙ୍ଗା ମଧ୍ୟ ସେ ନେଇଯାଇଛନ୍ତି। ଏହାପରେ ମୁଁ କୋଟାୟାମ ପୋଲିସ ରେ ଅଭିଯୋଗ କରିଛି ବୋଲି ରାଜପନ୍ କହିଛନ୍ତି। ଅନ୍ୟ ପକ୍ଷରେ ତାଙ୍କ ଭଉଣୀ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ “କ’ଣ ହୋଇଛି ତାହା ଆପଣ ମାନଙ୍କୁ କହିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ମାମଲା ପୋଲିସ ରେ ଥିବାରୁ ମୁଁ ପୋଲିସକୁ କହିବି। “





