ପିଞ୍ଜରାତୋଡ ସଦସ୍ୟ ଜେଲରୁ ମୁକୁଳିବା ପରେ ୟୁଏପିଏ ଆକ୍ଟକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମଙ୍କୁ ଟାର୍ଗେଟ କଲେ ଓୱାଇସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଦେବଙ୍ଗନା କାଲିତା, ନତାଶା ନାରବାଲ ଓ ଜାମିଆ ଛାତ୍ର ଇକବାଲ ତନହା ଗୁରୁବାର ଦିନ ଦିଲ୍ଲୀର ତିହାଡ ଜେଲରୁ ବାହାରିଛନ୍ତି। ଏହି ଆକ୍ଟିଭିସ୍ଟ ମାନଙ୍କୁ ୟୁଏପିଏ ଆଇନ ବଳରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ତେବେ ଏହି ୟୁଏପିଏ ଆଇନକୁ ନେଇ ଏବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ପି ଚିଦାମ୍ବରମଙ୍କୁ ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓୱାଇସି କଡା ସମାଲୋଚନା କରିଛନ୍ତି। ଦିଲ୍ଲୀ ଦଙ୍ଗା ମାମଲାରେ ଏହି ପିଞ୍ଜରା ତୋଡ ସଦସ୍ୟ ମାନେ ଜେଲରୁ ବାହାରିବା ପରେ ସେ ଟ୍ବିଟ୍ କରି ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଥିଲେ।

ଚିଦାମ୍ବରମ୍ ଙ୍କ ଟ୍ବିଟ୍ ର ଜବାବ ଦେଇ ଅସଦୁଦ୍ଦିନ ଓୱାଇସି କହିଛନ୍ତି, “ ଖାଲି ତିନୋଟି ଟ୍ୱିଟ୍ କିନ୍ତୁ ଘର ଭିତରେ ଥିବା ହାତୀ ବିଷୟରେ ଗୋଟିଏ ବି ଶବ୍ଦ ନାହିଁ? ମ୍ୟାଜିକ୍ ୱାର୍ଡ଼ UAPA ବିଷୟରେ କୁହନ୍ତୁ । ଆପଣ ମୁସଲିମ ଏବଂ ଆଦିବାସୀ ଜୀବନକୁ ନଷ୍ଟ କରୁଥିବା ଏହି UAPA ଆଇନ ଆଣିଥିଲେ। ଯେତେବେଳେ ବିଜେପି ଏହି ଆଇନରେ ସଂଶୋଧନ କଲା ସେତେବେଳେ କଂଗ୍ରେସ ପାର୍ଟି ରାଜ୍ୟସଭାରେ ଏହାକୁ ସମର୍ଥନ କଲା। ”ପିଞ୍ଜରା ତୋଡର ସଦସ୍ୟ ମାନଙ୍କୁ ଅନ୍ୟାୟରେ ଦିଆଯାଇଥିବା କାରାଦଣ୍ଡ ଏବଂ ନିର୍ଯ୍ୟାତନା ପାଇଁ ଉଭୟ କଂଗ୍ରେସ ଓ ବିଜେପି ସେମାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ୩ ଛାତ୍ରଙ୍କ ବିରୋଧରେ ଲାଗିଥିବା ୟୁଏପିଏ ଆକ୍ଟର ବୈଧତାକୁ ନେଇ ପ୍ରଶ୍ନ କରିଥିଲେ। ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିବାଦ କରିବାର ଅଧିକାର ରହିଛି। ଆଉ ଏହାକୁ ଚପାଇ ଦେବାକୁ ଉଦ୍ୟମ କରି ସେମାନଙ୍କ ବିରୋଧରେ ୟୁଏପିଏ ଆକ୍ଟ ଲଗାଇବା ସମ୍ପୂର୍ଣ୍ଣ ବେଆଇନ ବୋଲି କହିଛନ୍ତି।

Related Posts