ହିନ୍ଦୁମାନଙ୍କ ପାଇଁ ଅଣାଯାଇଛି ଜନସଂଖ୍ୟା ନିୟନ୍ତ୍ରଣ ଆଇନ କାରଣ ମୁସଲମାନମାନଙ୍କ ଅପେକ୍ଷା ତାଙ୍କର ପିଲା ଅଧିକ: ମୌଲାନା

moulana kak

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଉତ୍ତରପ୍ରଦେଶରେ ବର୍ତ୍ତମାନ ଠାରୁ ଆସନ୍ତା ବର୍ଷ ନିର୍ବାଚନ ପାଇଁ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏପରିସ୍ଥିତିରେ ବରେଳି ଇତ୍ତେହାଦି ମିଲ୍ଲନ କାଉଂସିଲର ରାଷ୍ଟ୍ରିୟ ଅଧ୍ୟକ୍ଷ ଉତ୍ତରପ୍ରଦେଶ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ବଡ ବୟାନ ଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଜନସଂଖ୍ୟା ଆଇନ ହିନ୍ଦୁମାନଙ୍କ ବିରୋଧୀ ଅଟେ । ଏହାର କାରଣ ଦର୍ଶାଇ ସେ କହିଛନ୍ତି ମୁସଲମାନଙ୍କ ଠାରୁ ହିନ୍ଦୁମାନଙ୍କର ଅଧିକ ସଂଖ୍ୟାରେ ପିଲା ଅଛନ୍ତି । ତେଣୁ ସରକାର ହିନ୍ଦୁମାନଙ୍କ ପାଇଁ ହିଁ ନୂତନ ଜନସଂଖ୍ୟା ଆଇନ ଆଣିଛନ୍ତି ।

ଯାହାଫଳରେ ହିନ୍ଦୁମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିବେ । ଅପରିପକ୍ଷେ ମୁସଲମାନଙ୍କର ଦୁଇରୁ କମ ପିଲାଥିଲେ ମଧ୍ୟ ସେମାନେ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି । କେବଳ ଏତିକି ନୁହେଁ ବରଂ ମୌଲାନା ନୂଆ ଦଳ ମଧ୍ୟ ଗଠନ କରିଥିବାର ସୂଚନା ମିଳିଛି । ଏହା ସହ ସେ ଭାରତୀୟ ଜନତା ପାର୍ଟି ଓ ଜାତୀୟ କଂଗ୍ରେସକୁ ଟାର୍ଗେଟ କରି ବର୍ଷିଥିଲେ । ତେବେ ଯେଉଁ ସଂଗଠନ ଦଙ୍ଗା ବିରୋଧୀ ଆଇନ ପ୍ରସ୍ତୁତ କରିବେ ତାଙ୍କୁ ହିଁ ମୌଲାନା ସମର୍ଥନ କରିବେ ବୋଲି କହିଛନ୍ତି । ଏପରିକି ଅବୌସିଙ୍କ ବିରୋଧରେ ମଧ୍ୟ ସମାଲୋଚନା କରିବାକୁ ମୌଲାନା ପଛେଇ ନାହାଁନ୍ତି ।

ସେ ଅବୈସିଙ୍କ ନେତୃତ୍ୱ କେବଳ ହାଇଦ୍ରାବାଦରେ ସୀମିତ ହୋଇ ରହିଛି । ସାରା ଦେଶରେ ତାଙ୍କର କୌଣସି ପ୍ରକାର ପ୍ରଭାବ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ମୌଲାନା ତୌକିର ରଜା ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ବିଜେପି ସରକାର ମହାମାରୀ କରୋନାକୁ ଦର୍ଶାଇ ସାମାଜିକ ଦୂରତା ରଖିବାକୁ କହିଥିଲେ । ବାସ୍ତବରେ ଯଦି ଆମେ ଦେଖିବା ତାହାଲେ ସମାଜିକ ଦୂରତା ମାନିବା ପରେ ମଧ୍ୟ କରୋନା ସଂକ୍ରମଣ କମିନଥିଲା । ଏପରିକି ଗୋଷ୍ଠି ହୋଇ ରହିବା ପରେ ମଧ୍ୟ ଲୋକମାନଙ୍କୁ କରୋନା ହୋଇନଥିଲା । ତେବେ ବିଜେପିର ମୂଳ ଲକ୍ଷ ହେଉଛିି ସାମାଜକ ଦୂରତା ବହାନାରେ ଲୋକଙ୍କ ମଧ୍ୟରେ ଦୂରତା ସ୍ଥାପନ କରିବା । ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ଦୂରରେ ରଖିବା ପାଇଁ ବିଜେପି ଚାହୁଁଛି । ଆମ ଧର୍ମ ଆମକୁ ଏହା ଶିଖାଇ ନାହିଁ ।

ବରଂ କାନ୍ଧକୁ କାନ୍ଧକୁ ମିଶାଇ ମିଳିତ ଭାବରେ ନମାଜ ପଢିବା ପାଇଁ ଆମ ଧର୍ମରେ ଉଲ୍ଲେଖ କରାଯାଇଛି । କରୋନା ଛୁଆଁ ଅଛୁଆଁର ରୋଗ ନୁହେଁ ବରଂ କରୋନା କାଳରେ ମୁଁ ଅନେକ କରୋନା ରୋଗୀଙ୍କ ପାଖକୁ ଯାଇଛି ବୋଲି ମୌଲାନା କହିଛନ୍ତି । ଏପରିକି ଯେଉଁ ଲୋକମାନେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ, ତାଙ୍କର ଶବସତ୍କାର ମଧ୍ୟ ମୁଁ କରିଥିଲି । ତେବେ କରୋନା ଅଧିକ ପାପ କରିବା, ଜାତି ବିରୋଧରେ ଘୃଣା ସନ୍ଦେଶ ଦେବା ଏବଂ ନିଜ ଶକ୍ତିର ଅପବ୍ୟବହାର କରିବା ଦ୍ୱାରା ହିଁ କରୋନା ବ୍ୟାପିଥାଏ ବୋଲି ମୌଲାନା ତୌକରି ରଜା କହିଛନ୍ତି ।

କେବଳ ଏତିକିରେ ଚୁପ ନ ରହି ମୌଲାନା କଂଗ୍ରେସ ବିରୋଧରେ ମଧ୍ୟ ଗର୍ଜିଥିଲେ । ତେବେ ୨୦୧୪ ମସିହା ପୂର୍ବରୁ ସାରା ଦେଶରେ ଅନେକ ଦଙ୍ଗା ହେଉଥିଲା । ଏହି ଦଙ୍ଗା ଗୁଡିକରେ ଭାଜପା ଓ ଆରଏସଏସର ସଦସ୍ୟମାନେ ବିଭିନ୍ନ ସହର ଗୁଡିକରେ ବୋମ ଏବଂ ଗୁଳି ଫୁଟାଉଥିଲେ । ଶେଷେରେ ସମସ୍ତ ଆରୋପ ମୁସଲମାନମାନଙ୍କ ଉପରେ ଲଦିଦେଉଥିଲେ । ଭାଜପା ଯଦିଓ ଆମକୁ ଦଙ୍ଗା ଗୁଡିକର ଆରେପୀ ସଜାଉଥିଲା କିନ୍ତୁ କଂଗ୍ରେସ ତ ଆମକୁ ଆତଙ୍କବାଦୀର ଆଖ୍ୟା ଦେଇଥିଲା । ତେଣୁ ଆସନ୍ତା ନିର୍ବାଚନରେ ଯେଉଁ ଦଳ ଦଙ୍ଗା ଆୟୋଗ ଗଠନ କରିବ ସେ ସେହି ଦଳକୁ ହିଁ ସପୋର୍ଟ କରିବେ ବୋଲି କହିଥିଲେ ।

ଦେଶରେ ଦଙ୍ଗା ଆୟୋଗ ନ ଆସଲେ ପୁଲିସ ଯାହାକୁ ଚାହିଁବ ତାକୁ ଦୋଷୀ ଘୋଷଣା କରି ଏନକାଉଣ୍ଟର କରିଦେବ । ତେଣୁ ନୂଆ ଦଙ୍ଗା ଆୟୋଗ ଆସୁ ଏବଂ ବାସ୍ତବରେ ସବୁ ଯାଞ୍ଚ ହୋଇ ଜଣଙ୍କୁ ଦୋଷୀ ଘୋଷଣା କରାଯାଉ ବୋଲି ମୌଲାନା ତୌକରି ରଜା କହିଛନ୍ତି । ଅନ୍ୟପଟେ ଦଙ୍ଗା ଆୟୋଗ ଆଣିବାର ଦାବି କରୁଥିବା ମୌଲାନା ତୌକରି ରଜାଙ୍କୁ ୨୦୧୦ ମସିହାରେ ବରେଲିରେ ଦଙ୍ଗା ଆରୋପରେ ଗିରଫ କରାଯାଇଥିଲା । ସେହି ସମୟରେ ବରେଲିରେ ୨୭ ଦିନ ପର୍ଯ୍ୟନ୍ତ କଫ୍ୟୁ ଲାଗିଥିଲା ।

Related Posts