(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ନେଇ ସାରା ଦେଶରେ କଳ୍ପନା ଜଳ୍ପନା ଚାଲିଛି । ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏନେଇ ଲାଗିରହିଥିବା ସମ୍ଭାବନା ଆହୁରି ବଢି ଯାଇଥିଲା । ତେବେ ଦଳରେ ପ୍ରଶାନ୍ତଙ୍କ ମିଶିବାକୁ ନେଇ ରାହୁଲ ଗାନ୍ଧୀ ଦଳର ବରିଷ୍ଠ ନେତାମାନଙ୍କ ଠାରୁ ମତାମତ ମାଗିଥିବର ସୂଚନା ମିଳିଛି । ହେଲେ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବାର ଦେଖିବା ପାଇଁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ ୨୨ରେ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଏ.କେ ଆଣ୍ଟୋନି, ମଲ୍ଲିକାର୍ଜୁନ ଖାର୍ଗ, କେସି ଭେନୁଗୋପାଲ, କମଲ ନାଥ ଏବଂ ଅମ୍ବିକା ସୋନିଙ୍କ ସମେତ ଅର୍ଦ୍ଧ ଡଜନରୁ ଅଧିକ ବିଶିଷ୍ଟ ନେତା ଏହି ସଭାରେ ଯୋଗ ଦେଇଥିଲେ। ଅନ୍ୟପଟେ ରାହୁଲ ଗାନ୍ଧୀ ଆସନ୍ତା କିଛି ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।
ଯଦି ଉଭୟ ପକ୍ଷ ସହମତ ହୁଅନ୍ତି ତେବେ ପ୍ରଶାନ୍ତ କିଶୋରଙ୍କୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ପାର୍ଟିକୁ ଅଣାଯାଇପାରେ। ଏହି ପ୍ରସଙ୍ଗରେ ସମ୍ପୃକ୍ତ ଲୋକମାନେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ବୈଠକରେ ଦଳର ବରିଷ୍ଠ ନେତାମାନଙ୍କୁ ପଚରାଯାଇଥିଲା ଯେ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଅନ୍ତର୍ଭୁକ୍ତ କରିବା ବିଷୟରେ ସେମାନେ କ’ଣ କହିବେ ! ଅଧିକାଂ ଶ ଲୋକ ଏଥିରେ ସହମତ ହୋଇଥିଲେ ଏବଂ ଏହା ଏକ ଖରାପ ଧାରଣା ନୁହେଁ ବୋଲି କହିଥିଲେ।
ତେବେ ନିଜ ଆଡୁ କଂଗ୍ରେସର ଦ୍ୱାରସ୍ଥ ହୋଇଥିବା ପ୍ରଶାନ୍ତ କିଶୋର କଂଗ୍ରେସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପରାମର୍ଶ ଦେଇଥିବାର ସୂଚନା ମିଳିଛି। ତେବେ ବର୍ତ୍ତମାନ ଦେଖିବାର ବିଷୟ ଏହି କଳ୍ପନା ଜଳ୍ପନାର ଅନ୍ତ କେବେ ଘଟୁଛ
