‘ଖେଲା ହୋବେ’ କାର୍ଯ୍ୟକ୍ରମରେ ଫୁଟବଲ୍‌ ଖେଳି​‌ଲେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ବିଧାନସଭା ନିର୍ବାଚନରେ ‘ଖେଲା ହୋବେ’ ସ୍ଲୋଗାନ ଦେଇ ଐତିହାସିକ ବିଜୟ ଲାଭ କରିଥିଲା ଟିଏମସି । ନିର୍ବାଚନ ସମୟରେ ମମତା ବାନାର୍ଜୀ ଏହି ନାରା ଦେଇ ବିଜେପିର ବିଜୟ ରଥକୁ ରୋକିବାରେ ସଫଳ ହୋଇଥିଲେ। ଏହା ପରେ ଖେଲା ହବେ ନାରା ବହୁ ଚର୍ଚ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମମତାଙ୍କ ଖେଲା ହବେ ନାରାକୁ କାଉଣ୍ଟର ପାଇଁ ଖେଲା ଶେଷ ନାରା ଦେଇଥିଲେ। କିନ୍ତୁ ବିଜେପି ପଶ୍ଚିମବଙ୍ଗରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଖେଲା ହୋବେ’ ନାରାକୁ ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଏହାକୁ ସେ ଆହୁରି ପୋପୁଲାର କରିବାକୁ ଚାହୁଁଛନ୍ତି ମମତା ।

ମମତା ବାନାର୍ଜୀ ସୋମବାର କୋଲକାତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ‘ଖେଲା ହୋବେ’ କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଫୁଟବଲ୍‌ ଖେଳୁଥିବାର ନଜର ଆସୁଛନ୍ତି। ଏବଂ ସେ ମଞ୍ଚ ଉପରୁ ଫୁଟବଲ ଜନତାଙ୍କ ଉପରକୁ ଫିଙ୍ଗୁଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ମମତା ବାନାର୍ଜୀ କହିଥିଲେ, ‘ ଆପଣ ବିଶ୍ବାସ କରନ୍ତୁ କି ନାହିଁ ‘ଖେଲା ହୋବେ’ ବହୁ ଲୋକପ୍ରିୟ ହୋଇସାରିଛି। ଏହି ନାରା ସଂସଦରେ ବି ଲାଗିଛି। ଖୁବଶୀଘ୍ର ଏହା ଦେଶରେ ଲୋକପ୍ରିୟତା ହାସଲ କରିବାକୁ ଯାଉଛି ।’ ନିକଟରେ ଦିଲ୍ଲୀ ଗସ୍ତରେ ମମତା ପ୍ରସିଦ୍ଧ କବି ଜାଭେଦ ଅଖତରଙ୍କୁ ସାକ୍ଷାତ କରି ‘ଖେଲା ହୋବେ’ ନାରା ଉପରେ ଗୀତ ତିଆରି କରିବାକୁ ଅନୁରୋଧ କରିଥିଲେ ।

Related Posts