ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

tokiya

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ଦିଲ୍ଲୀରେ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କୁ ଭେଟିଛନ୍ତି । କିଛି ଦିନ ପୂର୍ବରୁ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ସମେତ ଭାରତ ମୋଟ ସାତୋଟି ପଦକ ଜିତିବାରେ ସମର୍ଥ ହୋଇଥିଲା । ଅଲିମ୍ପିକ୍ସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ଛଅଟି ପଦକ ଜିତିଥିଲା । ଅପରିପକ୍ଷେ ଖେଳାଳିଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ତାଙ୍କ ପାଇଁ ଜଳଖିଆ ପାର୍ଟିର ଆୟୋଜନ କରିଥିଲେ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କ ସହ ମିଶି ଜଳଖିଆ ଖାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ତାଙ୍କର ପ୍ରିୟ ଚୁର୍ମା ଖାଇବାକୁ ଦେଇଥିଲେ। ଏହା ସହ ମହିଳା ବ୍ୟାଡମିଣ୍ଟନ ଇଭେଣ୍ଟରେ ପଦକ ଜିତିଥିବା ପିଭି ସିନ୍ଧୁଙ୍କୁ ଏକ ଆଇସ୍କ୍ରିମ୍ ଖାଇବାକୁ ଦେଇଥିଲେ ।

ଅଲିମ୍ପିକ୍ ଇତିହାସରେ ବ୍ୟାଡମିଣ୍ଟନରେ ଦୁଇଟି ପଦକ ଜିତିଥିବା ପିଭି ସିନ୍ଧୁ ହେଉଛନ୍ତି ଭାରତର ଏକମାତ୍ର ଖେଳାଳି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ସମସ୍ତ ଭାରତୀୟ ଖେଳାଳିଙ୍କୁ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲା ଦୁର୍ଗରେ ପତାକା ଉତ୍ତୋଳନ ସମାରୋହରେ ଭାଗ ନେବାକୁ ଆମନ୍ତ୍ରଣ କରିଥିଲେ। ଏହା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଖେଳାଳିଙ୍କୁ ଭେଟିଥିଲେ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଭେଟି ସେ ଦେଇଥିବା ପ୍ରତିଶୃତି ମଧ୍ୟ ପୂରଣ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସିନ୍ଧୁଙ୍କୁ କହିଥିଲେ ଯେ ଯଦି ସେ ପଦକ ସହିତ ଫେରି ଆସନ୍ତି, ତେବେ ସେ ତାଙ୍କୁ ଆଇସକ୍ରିମ ଖାଇବାକୁ ଦେବେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଅନୁଯାୟୀ ସିନ୍ଧୁଙ୍କୁ ଏକ ଆଇସ୍କ୍ରିମ୍ ପାର୍ଟି ଦେଇଥିଲେ।

Related Posts