ସୋନିଆ ଗାନ୍ଧିଙ୍କୁ ଇସ୍ତଫା ଦେବା ପରେ ମମତା ବାନାର୍ଜୀଙ୍କୁ ଭେଟିଲେ ସୁସ୍ମିତା ଦେବ

tmc 1

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କଂଗ୍ରେସ ଦଳକୁ ମିଳିଛି ଏକ ଶକ୍ତ ଝଟକା । ସାରା ଦେଶରେ କଂଗ୍ରେସ ଦଳ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ଋଣନୀତି ପ୍ରସ୍ତୁତ କରୁଥିବା ବେଳେ ସାମ୍ନାକୁ ଆସୁଛି ଏପରି ତଥ୍ୟ । ତେବେ ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ତଥା ପୂର୍ବତନ ସାଂସଦ ସୁସ୍ମିତା ଦେବ କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଛନ୍ତି । ଅପରିପକ୍ଷେ କିଛି ସମୟ ପୂର୍ବରୁ ସେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ କଂଗ୍ରେସ ଦଳ ସମେତ ଅନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସୁସ୍ମିତାଙ୍କର ଏପରି କରିବା ପଛର ମୂଳ କାରଣ କଣ ତାହା ମଧ୍ୟ ଜଣାପଡିନଥିଲା । ଠିକା ଏହାର କିଛି ସମୟ ପରେ ସସ୍ମିତା ଟିଏମସିରେ ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ଏହା ପରେ ସମଗ୍ର ଭାରତରେ ଏହାର ଚର୍ଚ୍ଚା ଜୋର ଧରିଥିଲା । ତାଙ୍କୁ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରାଇନ୍ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଅନ୍ୟପଟେ ସୁସ୍ମିତା ଦେବଙ୍କ ଇସ୍ତଫା ପରେ ପୁଣି ଥରେ କଂଗ୍ରେସରେ ପୁରୁଣା ବନାମ ଯୁବ ରାଜନୀତି ଆରମ୍ଭ ହୋଇଛି। ଗୋଟିଏ ପଟେ ଯୁବ ନେତା କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି ଯେ ସୁସ୍ମିତା ଦେବଙ୍କ ପରି ନୂଆ ପିଢିମାନେ ଦଳକୁ କାହିଁକି ଛାଡୁଛନ୍ତି, ଏହା ପ୍ରତି ଦଳକୁ ଦୃଷ୍ଟି ପକାଇବା ଆବଶ୍ୟକ । ଏହାର ଜବାବରେ କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଯେ ଯୁବ ନେତାମାନେ କଂଗ୍ରେସ ଛାଡୁଛନ୍ତି ଏବଂ ଅଭିଯୋଗ ପୁରୁଣା ନେତାଙ୍କ ଉପରେ କରିବା କିଛି ନୂଆ କଥା ନୁହେଁ । ଏହାର ବହୁ ପୂର୍ବରୁ ହୋଇ ଆସୁଛି ।

Related Posts