(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କୋଭିଡ୍ ର ତୃତୀୟ ଲହର ଆହୁରି ବିପଜ୍ଜନକ ହୋଇପାରେ। ଯଦି ଟୀକାକରଣ ସଠିକ୍ ଭାବେ କରା ନ ଯାଏ, ତେବେ ପ୍ରତିଦିନ ୬ ଲକ୍ଷ ମାମଲା ଆସିପାରେ। ଏକ ନୂତନ ଷ୍ଟଡିରୁ ଏଭଳି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଯଦି ପ୍ରତିଦିନ ୧୦ ମିଲିୟନ ଲୋକଙ୍କୁ ଟିକା ଦିଆଯାଉଛି , ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଆସୁଛି।
NIDM ପରାମର୍ଶ ଦେଇଛି ଯେ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ଲୋକମାନେ ଯେଉଁଭଳି ଭାବେ ପ୍ରାଣ ହରାଇଲେ , ଏଥିରୁ ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି । ସୂଚନା ଥାଉକି ଦ୍ୱିତୀୟ ତରଙ୍ଗରେ ପ୍ରାୟ ଅଢେଇ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ଏଭଳି ପରିସ୍ଥିତି ପୁଣି ଥରେ ନଦେଖିବାକୁ ହେଲେ ପୂର୍ବ ପ୍ରସ୍ତୁତି ଜୋରଦାର କରିବା ଆବଶ୍ୟକ ଏବଂ ଅଧିକରୁ ଅଧିକ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ପଡିବ।
ଗୃହ ମନ୍ତ୍ରଣାଳୟର ବିଶେଷଜ୍ଞ ପ୍ୟାନେଲ କହିଛି ଯେ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ତୃତୀୟ ତରଙ୍ଗ ପିକ୍ ଛୁଇଁ ପାରେ , ଏହି ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଗୁରୁତର ଅସୁସ୍ଥ ତଥା ଭିନ୍ନକ୍ଷମ ପିଲାମାନଙ୍କୁ ପ୍ରାଥମିକତା ଦେବା ଉପରେ ମଧ୍ୟ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି।
ଏପର୍ଯ୍ୟନ୍ତ କେବଳ 7.6 ପ୍ରତିଶତ (10.4 କୋଟି) ଲୋକ କରୋନା ଟିକା ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ ଟୀକାକରଣ ଡ୍ୟାସବୋର୍ଡ ଅନୁଯାୟୀ ଅଗଷ୍ଟ 2 ରେ 47,85,44,144 (47 କୋଟିରୁ ଅଧିକ) ଲୋକଙ୍କୁ ଏପର୍ଯ୍ୟନ୍ତ ଅତି କମରେ ଗୋଟିଏ ଡୋଜ ଦିଆଯାଇଛି। ପଣ୍ଡିତ ଦୀନଦୟାଲ ଏନର୍ଜି ବିଶ୍ୱବିଦ୍ୟାଳୟ ଏବଂ ନିର୍ମା ବିଶ୍ୱବିଦ୍ୟାଳୟର ମିଳିତ ଅଧ୍ୟୟନ ଅନୁଯାୟୀ ଭାରତରେ ଟୀକାକରଣ ହାର 3.2 ପ୍ରତିଶତ ରହିଛି।
ଆଜି ଅପରାହ୍ନ ୩ଟା ୩୦ରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ବର୍ତ୍ତମାନର କରୋନା ସ୍ଥିତି ନେଇ ମଧ୍ୟ ଚର୍ଚ୍ଚା କରାଯିବ । ଏହାସହ ମହାମାରୀରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ୟ ସମୀକ୍ଷା କରାଯିବ।
ସୂଚନା ଅନୁସାରେ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, କ୍ୟାବିନେଟ୍ ସଚିବ ଓ ନୀତି ଆୟୋଗ ମୁଖ୍ୟ ସାମିଲ ହେବେ । କରୋନାର ତୃତୀୟ ଲହରରୁ ମୁକୁଳିବା ପାଇଁ ନୂଆ ପଦକ୍ଷେପ ନେଇ ବୈଠକରେ ଆଲୋଚନା କରାଯିବ ।
