(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାକୁ ତୃତୀୟ ଲହର ଭୟ। ଆଜି ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନ ହୋଇଥିବା ବେଳେ ଆଗକୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଉଥିବା କାରଣରୁ ସମସ୍ତ ସଦସ୍ୟ ମାନଙ୍କର ଆରିଟିପିସିଆର ଟେଷ୍ଟ କରାଯିବ। ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ସଚିବ ଦାଶରଥୀ ସତ୍ୟପାଠୀ। ସେପ୍ଟେମ୍ବର ୧୦ , ୧୧ ତାରିଖ ଦିନ ପୂର୍ବାହ୍ନ ୮.୩୦ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ ଟା ରୁ ୫ଟା ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ ।

ସମସ୍ତ ସଦସ୍ୟ , ସେମାନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ କର୍ମଚାରୀଙ୍କ ସମେତ ବିଧାନସଭା କର୍ମଚାରୀ ,ଅଧିକାରୀ ଓ ସାମ୍ବାଦିକ ମାନଙ୍କର ଆରଟିପିସିଆର ଟେଷ୍ଟ ହେବ ବୋଲି ସମସ୍ତଙ୍କୁ ଅବଗତ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଆଜି ଶେଷ ହେବ ।
ତେବେ କୋଭିଡ୍ -19 ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ଥରେ ଆରଟିପିସିଆର ଟେଷ୍ଟ କରିବା ପାଇଁ କୁହାଯାଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ନିୟୋଜିତ ଡାକ୍ତରୀ ଦଳ ଦ୍ୱାରା ବିଧାନସଭା ପରିସରରେ ଏହି ଟେଷ୍ଟ କରାଯିବ ।
