ପାଣିକୋଇଲି ଡବଲ୍ ମର୍ଡର ମାମଲା : ମାତ୍ର ଶହେ ଟଙ୍କା ପାଇଁଁ ପଥରରେ ଛେଚି ମାରିଦେଲେ ଯୁକ୍ତ ଦୁଇ ଛାତ୍ର

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ପାଣିକୋଇଲି ଡବଲ୍‌ ମର୍ଡର ଘଟଣା ଉପରୁ ହଟିଲା ପରଦା। ଏହି ମାମଲାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ। କିନ୍ନରଙ୍କ ସହ ଅନୈତିକ ସଂପର୍କ କାରଣରୁ ବିବାଦ ସୃଷ୍ଟି ହୋଇଥିଲା। ଏବଂ ଏଥିପାଇଁ ୨ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପାଣିକୋଇଲି ଥାନା ସୋତି ଗ୍ରାମ ନିକଟରେ ହୋଇଥିବା ଡବଲ ମର୍ଡର ମାମଲାର ହତ୍ୟାକାରୀଙ୍କୁ  ଧରିଛି ପୋଲିସ। ତେବେ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ସୁଚିନ୍ତିତ ନୁହେଁ ବରଂ ଏକ ଅକସ୍ମାତ ହତ୍ୟାକାଣ୍ତ ଥିଲା। କିନ୍ନରଙ୍କ ସହିତ ଅନୈତିକ ସଂପର୍କ ସ୍ଥାପନ କାରଣରୁ ପାଉଣାକୁ ନେଇ ବିବାଦ ସୃଷ୍ଟି ହୋଇଥିବା କାରଣରୁ ହତ୍ୟାକାଣ୍ଡ ହୋଇଛି। ଭଦ୍ରକର କିଛି ଗ୍ରାହାକଙ୍କ ସହିତ ମିଶି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଡିଏସ୍‌ପି ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି। ଏହି ମାମଲାରେ ଭଦ୍ରକର ଜଣେ ନାବାଳକ ସମେତ ୫ ଜଣ ଅଭିଯୁକ୍ତ ଏବଂ ଦୁଇ ଜଣ କିନ୍ନରଙ୍କୁ ପାଣିକୋଇଲି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ବିରୁଦ୍ଧରେ କେସ୍‌ ନମ୍ବର ୨୩୮/୨୧ ଦଫା ୩୦୨, ୨୦୧ ଓ ୩୪ ଆଇପିସିରେ ସୋମବାର କୋର୍ଟ ଚାଲାଣ କରାଯାଇଛି।

କୁହାଯାଉଛି ଯେ, ମାତ୍ର ଶହେ ଟଙ୍କା ପାଇଁ ମାନସ ରଞ୍ଜନ ଦାସ ଓ ବିଜୟ କୁମାର ସାହୁଙ୍କୁ ୨ଜଣ କିନ୍ନର ଓ ଅନ୍ୟ ୫ଜଣ ଗ୍ରାହାକ ମିଳିତ ଭାବେ ଆକ୍ରମଣ କରି ପଥରରେ ଛେଚି ଛେଚି ହତ୍ୟା କରିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ଏବେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଡବଲ ମର୍ଡର ମାମଲାରେ ପୁଲିସ ୨ଜଣ କିନ୍ନର, ଜଣେ ଯୁକ୍ତ ଦୁଇଛାତ୍ରଙ୍କ ସମେତ ମୋଟ ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

Related Posts