୪ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର

ରାଜ୍ୟରେ ବଢୁଛି ଶୀତର ପ୍ରକୋପ | କମୁଛି ପରଦା | ଫଳରେ ପ୍ରବଳ ଶୀତକୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ୪ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ରାଜ୍ୟରେ ଗତ ଏକ ସପ୍ତାହ ଧରି ଶୀତ ପ୍ରକୋପ ଜାରି ରହିଥିବାବେଳେ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।

ଦାରିଙ୍ଗବାଡି ୪.୦ ,ଝାରସୁଗୁଡା ୫.୬, ଫୁଲବାଣୀ ୬.୫ , ସୋନପୁର ୬.୯ ଓ କେନ୍ଦୁଝର ୭.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ବରରେ ୧୦.୬, କଟକରେ ୧୨.୪, ପୁରୀରେ ୧୬.୪ ଓ ଅନୁଗୋଳରେ ୧୧ ଡିଗ୍ରୀ ତାପମାତ୍ରା ରହିଛି ।

Related Posts