ବଡ଼ଦିନ ବା ଖ୍ରୀଷ୍ଟମାସ: କୋଭିଡ ଗାଇଡଲାଇନକୁ ନେଇ କଟକରେ ଚର୍ଚ୍ଚ ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ

ରାତି ପାହିଲେ ବଡ଼ଦିନ ବା ଖ୍ରୀଷ୍ଟମାସ | ତେବେ ପ୍ରତିବର୍ଷ କଟକ ସହରର ଚର୍ଚ୍ଚ ଗୁଡ଼ିକରେ ପ୍ରବଳ ଭିଡ ଦେଖାଦେଉଥିବା ବେଳେ, କିନ୍ତୁ ରାଜ୍ୟ ସରକାର ଜାରି କରିଥିବା ସଦ୍ୟ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଏଥର ଚର୍ଚ୍ଚ ଗୁଡ଼ିକରେ ସିମିତ ସଂଖ୍ୟକ ଲୋକଙ୍କୁ ପ୍ରବେଶ ଅନୁମତି ରହିଛି ।

ଯେଉଁମାନେ ବି ଆସିବେ ସେମାନେ କୋଭିଡ ନିର୍ଦ୍ଦେଶାବଳୀ ମାନି ଚର୍ଚ୍ଚରେ ପ୍ରାର୍ଥନା କରିବେ । ଏହା ବ୍ୟତିତ ଚର୍ଚ୍ଚରେ ହେବାକୁ ଥିବା ସାମୂହିକ ପ୍ରାର୍ଥନା ସହ ମଧ୍ୟରାତ୍ରି ପର୍ଯ୍ୟନ୍ତ ହେବାକୁ ଥିବା ସ୍ବତନ୍ତ୍ର ପ୍ରାର୍ଥନାର ଆୟୋଜନକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ସେପଟେ ବଡ଼ ଦିନ ଅବସରରେ ରାଜ୍ୟ ସରକାର ଜାରି କରିଥବା କୋଭିଡ଼ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

Related Posts