40 ପ୍ରତିଶତ ଅଧିକାର ଦେବେ କହି OBCଙ୍କ କଟା ଘାରେ ଚୂନ ଲଗାଇଛନ୍ତି ରାଜ୍ୟ ସରକାର: ରାଜ୍ୟ BJP ସଭାପତି ସମୀର ମହାନ୍ତି

ସତ୍ୟପାଠ 26/12 ଭୁବନେଶ୍ୱର: OBC ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କହିଲେ, 40 ପ୍ରତିଶତ ଅଧିକାର ଦେବେ କହି OBCଙ୍କ କଟା ଘାରେ ଚୂନ ଲଗାଇଛନ୍ତି ରାଜ୍ୟ ସରକାର । ଶିକ୍ଷା ଓ ଚାକିରୀ କ୍ଷେତ୍ରରେ କାହିଁକି ଦିଆଯାଉନି ସଂରକ୍ଷଣ ? OBCଙ୍କୁ ଓଡିଶାରେ କେବେ ମିଳିବ ସାମ୍ବିଧାନିକ ଅଧିକାର । ଅନ୍ୟ ରାଜ୍ୟ ପରି ବିଶେଷ ରାଜ୍ୟ ଭାବେ ଆମ ରାଜ୍ୟ ଓଡିଶା କାହିଁକି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରି OBCଙ୍କ ପାଇଁ ଲଢ଼ିଲେ ନାହିଁ । ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ ପିଟିସନ ଦଖଲ କରିବାକୁ କିଏ ମନା କରିଥିଲା ? ଦଳରେ ପ୍ରଥମେ 27, ପରେ 40 ପ୍ରତିଶତ କଥା କହି ଲୋକଙ୍କୁ ଭୁଆଁ ବୁଲାଇଲେ ହେବନାହିଁ । ସରକାର କେବେ ସବୁ କ୍ଷେତ୍ରରେ ଓOBCଙ୍କୁ ସଂରକ୍ଷଣ ଦେବେ ତାହାର ଉତ୍ତର ରଖନ୍ତୁ । 2019ରେ ବିଜେପି 35 ପ୍ରତିଶତରୁ ଅଧିକ ବିଧାୟକ ଆସନ ଦେଇଥିଲା । ବିଜେପି ପ୍ରଥମ ଦିନରୁ ପଛୁଆବର୍ଗଙ୍କୁ ଅଧିକାର ଦେଇ ଆସିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ 2019ରେ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଅଧିକାର ପାଇଁ ଚିଠି ଲେଖିଥିଲେ । ଜାନୁଆରୀ 2020 ଓ ଡିସେମ୍ବର ମାସରେ ଲେଖିଲେ । OBC କମିଶନ ଗଠନ କରାଯାଉ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । କମିଶନ ନିର୍ଦ୍ଧାରିତ କରିବେ ରାଜ୍ୟରେ କେତେ OBC ଅଛନ୍ତି । ହେଲେ ଏତେ ବର୍ଷ ଧରି କମିଶନ କଣ କରୁଛନ୍ତି । ସୁପ୍ରିମକୋର୍ଟକୁ ରାଜ୍ୟ ସରକାର କାହିଁକି ଏତେ ବର୍ଷ ଧରି ଯାଇନାହାନ୍ତି ।

Related Posts