ଓଡ଼ିଶା ଆସିବେ ନୂଆ ଡିଜିପି: ମିଳିଲା ଅନୁମତି

କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ସୁନୀଲ ବଂଶଲଙ୍କୁ ଓଡ଼ିଶା ଆସିବା ନେଇ ଅନୁମତି ମିଳିଛି । ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ସୁନୀଲ । କେନ୍ଦ୍ର କ୍ୟାବିନେଟ୍ କମିଟି ତାଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ। ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ସେ ମୟୂରଭଞ୍ଜ ଏସ୍‌ପି ଥିଲେ। ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ।

ଡିଜିପି ଦୌଡ଼ରେ ସୁନୀଲ ବଂଶଲଙ୍କ ସହିତ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ପ୍ରଦୀପ କପୁର ଓ ୧୯୮୮ ବ୍ୟାଚ୍‌ର ମନୋଜ ଛାବ୍ରାଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା। ଶେଷରେ ସୁନୀଲଙ୍କ ନାଁରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Related Posts