କଟକରେ ୬ ପଜିଟିଭ୍ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ସତ୍ୟପାଠ 28/12 କଟକ: କଟକରେ ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା । ରାଉସାପାଟଣା ଗୋପବନ୍ଧୁ ବିହାରର ଗୋଟିଏ ପରିବାରରେ ୬ ପଜିଟିଭ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ପରେ ବିଲ୍ଡିଂକୁ ନଯିବାକୁ ପରାମର୍ଶ ଦେଇଛି ପ୍ରଶାସନ । କଣ୍ଟେନମେଣ୍ଟ ଅଞ୍ଚଳରେ ବାହାର ଲୋକଙ୍କ ଯାଆସ ଉପରେ କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବାକୁ ବ୍ୟବସ୍ଥା ହୋଇଛି । ସିଏମସିର ୱାର୍ଡ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ ଯୋଗାଣ ଦାୟିତ୍ୱରେ ରହିବେ। ସେହିପରି ବିପ୍ଳବ କୁମାର ସ୍ୱାଇଁ କଣ୍ଟେନମେଣ୍ଟ ଜୋନ୍ ଭିତରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ । କିଛି ଦିନ ତଳେ ମେରିଆ ବଜାର ଅଞ୍ଚଳର ଗୋଟିଏ ପରିବାରର ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଆଜି ମେରିଆ ବଜାର ନିକଟରେ ଥିବା ନୂଆ ରାଉସାପାଟଣାରୁ ମଧ୍ୟ ଗୋଟିଏ ପରିବାରର ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କଟକ ଭଳି ଜନଗହଳି ପୂର୍ଣ୍ଣ ସହଜରେ କରୋନା ସଂକ୍ରମଣ ବ୍ୟାପିବା ନିଶ୍ଚିତ ଭାବେ ସିଏମସି ପାଇଁ ଚିନ୍ତାର ବିଷୟ। ଏପରି ସ୍ଥିତିରେ ସିଏମସି ଏଭଳି ଘଟଣାକୁ ହାଲୁକା ଭାବେ ନନେଇ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

Related Posts