ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିସି ଯୋଗେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। କ୍ୟାବିନେଟରେ ମୋଟ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମରାଯାଇଛି । ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ବୟସସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅନୁସୂଚୀତ ଜାତି, ମହିଳା, ପଛୁଆ ବର୍ଗ (ଓବିସି)ପ୍ରାର୍ଥୀଙ୍କ ପାଇଁ ଆଉ ୫ ବର୍ଷ ବୟସ ସୀମା କୋହଳ କରାଯିବ । ସେହିପରି ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମାକୁ ଅତିରିକ୍ତ ୧୦ ବର୍ଷ (ମୋଟ ୪୮ ବର୍ଷ), ସଂରକ୍ଷିତ ଜାତିର ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମାକୁ ଅତିରିକ୍ତ ୧୫ ବର୍ଷ (ମୋଟ ୫୩ ବର୍ଷ)କୁ ବୃଦ୍ଧି କରାଯାଇଛି । ୨୦୨୧, ୨୦୨୨ ଓ ୨୦୨୩ ନିଯୁକ୍ତି ବର୍ଷ ପାଇଁ ଏହା ଲାଗୁ ହେବ ।
୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହା ଦ୍ବାରା ମୟୁରଭଞ୍ଜ, ଶ୍ୟାମାଘୁଣ୍ଟା ଓ ବାରିପଦାର ୨୨୨ଟି ଗାଁର ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୧୯୦ କୋଟି ଖର୍ଚ୍ଚ ହେବ । ୨ବର୍ଷରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।





