ୟୁପି ପଲିଟିକ୍ସ; ପ୍ରିୟଙ୍କା ଗାନ୍ଧୀଙ୍କ ‘ଲକଡି ହୁଁ ଲଡ ସକତି ହୁଁ’ ଅଭିଯାନର ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ନିର୍ବାଚନ ଯେତିକି ପାଖେଇ ଆସୁଛି ଉତ୍ତରପ୍ରଦେଶରେ ରାଜନୀତିକୁ ନେଇ ସେତିକି ନୂଆ ନୂଆ ଟୁଇଷ୍ଟ ସାମ୍ନାକୁ ଆସୁଛି । ନେତାମାନେ ଯେପରି ନିଜ ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଛନ୍ତି ଲାଗୁଛି ଯେପରି ଉତ୍ତରପ୍ରଦେଶରେ ନେତାମାନଙ୍କର ଦଳ ବଦଳି ପରମ୍ପରା ଚାଲିଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସର ‘ଲକଡି ହୁଁ ଲଡ ସକତି ହୁଁ’ ଅଭିଯାନର ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ମିଶିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି । ସେପଟେ କଂଗ୍ରେସ ତାଙ୍କୁ ଏଥର ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇ ନାହିଁ । ତେଣୁ ସେ ଦଳ ଛାଡ଼ି ବିଜେପିରେ ମିଶିବା ନେଇ ଚିନ୍ତା କରୁଛନ୍ତି ।

ଏନେଇ ପ୍ରିୟଙ୍କା ମୌର୍ଯ୍ୟ ମଧ୍ୟ ବଡ଼ ବୟାନ ଦେଇଛନ୍ତି । ତେବେ ମୁଁ ଏହି କ୍ଷେତ୍ରରେ ବହୁତ କାମ କରିଛି, କିନ୍ତୁ ଟିକେଟ୍ ବଣ୍ଟନ ପୂର୍ବରୁ ଯୋଜନା କରାଯାଇଥିଲା । ମୋତେ ଟିକେଟ୍ ଦିଆଯାଇନଥିଲା, କିନ୍ତୁ ମୁଁ ଜଣେ ଯୋଗ୍ୟ ପ୍ରାର୍ଥୀ ଥିଲି । ଚଳିତଥର ନିର୍ବାଚନରେ ‘ଲକଡି ହୁଁ ଲଡ ସକତି ହୁଁ’ ହେଉଛି କଂଗ୍ରେସର ସୋ୍ଳଗାନ । କିନ୍ତୁ କଂଗ୍ରେସ ମୋତେ ଯୁଦ୍ଧ କରିବାର ସୁଯୋଗ ଦେଇ ନାହିଁ ବୋଲି ପ୍ରିୟଙ୍କା ମୌର୍ଯ୍ୟ ଗଚ୍ଚମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେପଟେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଏହି ଅଭିଯାନର ପୋଷ୍ଟର ଗାର୍ଲ କରିଥିଲେ।

Related Posts