ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁ ସାରିଛି: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତକିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଉପରେ ରହୁଥିବା ବେଳେ ଏବେ ତାହା ତଳମୁହାଁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବଡ଼ ବୟାନ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ତେବେ ଦିନକୁ ଦିନ ଦୈନିକ ସଂକ୍ରମଣ କମୁଛି। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ତଳମୁହାଁ ରହିଛି। କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ତଳମୁହାଁ ହେଲେ ବି ବେସ ଲାଇନ ଆସିବା ଦରକାର। ପ୍ରତ୍ୟେକ ଦିନ ୫ରୁ ୬ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ହାର ବହୁତ ଅଧିକା ରହିଛି। ସେଥିପାଇଁ ସଂକ୍ରମଣ ରୋକିବାକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡିବ। ଅନ୍ୟ ଦେଶଗୁଡିକୁ ଦେଖିଲେ ସେଠାରେ ଏବେ ଚତୁର୍ଥ ଓ ପଞ୍ଚମ ଲହର ଦେଖିବାକୁ ମିଳୁଛି।

ସଂକ୍ରମଣ ସଂଖ୍ୟା ଦେଖି ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁ ସାରିଥିବା ଜଣାପଡୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୩୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Related Posts