ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସୁପ୍ରିମକୋର୍ଟ ଆଇନଜୀବୀ; ସମିତି ସଭ୍ୟ ପ୍ରାର୍ଥୀ ପାଇଁ ହେଲେ ମନୋନୀତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ସାଧାରଣ ଜନତାଙ୍କ ଠାରୁ ରାଜନୈତିକ ଦଳମାନେ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି । କିଏ ହେବ ପଞ୍ଚାୟତର ସରପଞ୍ଚ ସେ ନେଇ ଲୋକମାନଙ୍କ ମଧ୍ୟରେ ଢ଼େର ଉକ୍ରଣ୍ଠା ଦେଖିବାକୁ ମିଳିଛି । ଏହା ମଧ୍ୟରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ଡ଼ଃ ସୁଶାନ୍ତ କୁମାର କାନୁନଗୋ । ବିଭିନ୍ନ ସ୍ଥାନରୁ ଉଚ୍ଚଶିକ୍ଷିକ ପ୍ରାର୍ଥୀମାନଙ୍କ ତାଲିକା ସାମ୍ନାକୁ ଆସୁଥିଲା । କିନ୍ତୁ ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ତେବେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅଳାଭର ପଂଚାୟତରେ ସମିତି ସଭ୍ୟ ନିମନ୍ତେ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ପିଏଚଡି ହାସଲ କରିଥିବା ଶ୍ରୀ କାନୁନଗୋ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ସହିତ ନିଜ ଅଞ୍ଚଳରେ ଅନେକ ଗୁଡିଏ ସମସ୍ୟା ରହିଥିବା ବେଳେ ଏହାର ସମାଧାନ କରିବା ନିମନ୍ତେ ସେ ନିର୍ବାଚନକୁ ଓହ୍ଲାଇ ଥିବା କହିଛନ୍ତି । ସେହିପରି ସ୍ଥାନୀୟ ପଞ୍ଚାୟତବାସୀ ମଧ୍ୟ ଏଥର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ପ୍ରାର୍ଥୀ ପର୍ୟ୍ୟନ୍ତ ସମସ୍ତ ଯୋଗ୍ୟ ଓ ଶିକ୍ଷିତ ବ୍ୟକ୍ତିମାନଙ୍କୁ ନିର୍ବାଚିତ କରିବେ ବୋଲି କହିଛନ୍ତି ।

Related Posts