ସାମ୍ବିଧାନିକ ଦାୟୀତ୍ୱ ନିର୍ବାହ କରିବାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଫଳ: ମନୋଜ ମହାପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୧୯ରେ ପଂଚମ ପାଳିର ସରକାର ଗଠନ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡ଼ିଆଠାରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଈଶ୍ବରଙ୍କ ନାମରେ ଶପଥ ନେଇ ସମ୍ବିଧାନର ବିଧବ୍ୟବସ୍ଥା ମତେ ବିନାପକ୍ଷପାତିତାରେ ତାଙ୍କର ଦାୟୀତ୍ବ ନିର୍ବାହ କରିବେ ବୋଲି ଶପଥପାଠ କରିଥିଲେ । କିନ୍ତୁ ଆଜି ନା ସେ ଈଶ୍ବରଙ୍କର ସଂପତିର ସୁରକ୍ଷା କରିପାରୁଛନ୍ତି ନା ସଂମ୍ବିଧାନିକ ବିଧବ୍ୟବସ୍ଥା ମତେ ସମସ୍ତଙ୍କୁ ନ୍ୟାୟ ଦେଇପାରୁଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କରିଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ ମିଡିଆ ଇନଚାର୍ଜ ତଥା ମୁଖପାତ୍ର ମନୋଜ ମହାପାତ୍ର କହିଲେ ଯେ ଓଡ଼ିଶା ସରକାରଙ୍କର ରାଜସ୍ବ ବିଭାଗର ପ୍ରମୁଖ ସଚିବ ତାଙ୍କ ପତ୍ରାଙ୍କ ସଂଖ୍ୟା ୨୮୦୯୯, ତାରିଖ ୨୩.୦୯.୨୦୨୦ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଜଣେ ବେସରକାରୀ ବ୍ୟକ୍ତିଙ୍କର ନାମରେ ବେଆଇନ ଭାବେ ରେକର୍ଡଭୁକ୍ତ ହୋଇଥିବା ଓ ରେକର୍ଡର ସଂଶୋଧନ ସହ କ୍ରାଇମବ୍ରାଚଙ୍କ ଦୃଷ୍ଟି ଆକର୍ଷଣ କରି ବିହୀତ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଖୋର୍ଦ୍ଧା ଜିଲ୍ଲାପାଳ କ୍ରାଇମବ୍ରାଚ ପାଖରେ ଅଭିଯୋଗ କରିଛନ୍ତି କି ? ଯଦି କରି ନାହାଁନ୍ତି ତାହାଲେ କାହାର ସୁରକ୍ଷା ପାଇଁ ଓ କାହା ନିର୍ଦ୍ଦେଶରେ ? ଯଦି କ୍ରାଇମବ୍ରାଞ୍ଚ ପାଖରେ ଅଭିଯୋଗ ହୋଇଛି ତାହାହେଲ ଫୌଜଦାରୀ ମୋକଦ୍ଦମା ରୁଜୁ କରି ଜମି ହଡ଼ପ କରିଥିବା ଓ ଷଡ଼ଯନ୍ତ୍ରକାରୀ ମାନଙ୍କୁ କ୍ରାଇମବ୍ରାଚ ଗିରଫ କରିଛିକି ? ଯଦି କରି ନାହିଁ ତାହାହେଲେ ତାହାର କାରଣ କ’ଣ ଏ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍ପଷ୍ଟିକରଣ ଦେବାର ଆବଶ୍ୟକତା ରହିଛି । ଜଣେ ପ୍ରଭାବଶାଳୀ ଖଣି ମାଫିଆଙ୍କ ଦ୍ବାରା ପ୍ରଭୁ ଲିଙ୍ଗରାଜଙ୍କର ଜମି ହଡ଼ପ ଉଦ୍ୟମଯୋଗୁଁ ସେହି ବ୍ୟକ୍ତିକୁ ରାଜ୍ୟ ପୋଲିସ କିମ୍ବା କ୍ରାଇମବ୍ରାଚ ଏପର୍ୟ୍ୟନ୍ତ କାହିଁକି ଗିରଫ କରିବାର ସାହାସ କରିପାରିନାହିଁ । ଏହି ଘଟଣାରେ ସଂପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀ, ରାଜସ୍ଵ ଅଧିକାରୀ ଓ ୟାଙ୍କୁ ସୁରକ୍ଷା ଦେଉଥିବା ସମସ୍ତ ସୁରକ୍ଷାଦାତାଙ୍କୁ କେବେସୁଦ୍ଧା ଗିରଫ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗୁଛି କଂଗ୍ରେସ । ଏହା ସହ ସମ୍ବିଧାନର ବିଧବ୍ୟବସ୍ଥା ଅନୁସାରେ ଚଳିତ ପଂଚାୟତ ନିର୍ବାଚନରେ ଆଦିବାସୀ ଓ ପଛୁଆବର୍ଗଙ୍କୁ ତାଙ୍କର ନ୍ୟାୟୋଚିତ ସଂରକ୍ଷଣ ଦିଆଯାଇ ନାହିଁ ।

ଯେଉଁଥୁପାଇଁ ରାଜ୍ୟର ୨୨ ଭାଗ ଆଦିବାସୀ ଓ ୫୪ ଭାଗ ପଛୁଆବର୍ଗ ସର୍ବମୋଟ ୭୬ % ଲୋକଙ୍କୁ ନ୍ୟାୟ ଦେଇପାରିନି ରାଜ୍ୟ ସରକାର । ପୁନଶ୍ଚ ଆଜି ୧୦୭ ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିସଦର ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମାତ୍ର ୮ଟି ଆଦିବାସୀ ବର୍ଗଙ୍କୁ ଓ ୧୭ଟି ଦଳିତ ବର୍ଗଙ୍କୁ ସଂରକ୍ଷଣ ଦିଆଯାଇଥିବା ବେଳେ ଗୋଟିଏ ବି ସିଟ୍‌ରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦିଆଯାଇ ନାହିଁ ବୋଲି କହିଛନ୍ତି । କଟକ, ଭୁବନେଶ୍ଵର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀରେ ସଂରକ୍ଷଣ ବ୍ୟବସ୍ଥା ନାହିଁ । ତାହାହେଲେ ଏ ମହାନଗର ଗୁଡିକ କୌଣସି ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ଅଧ୍ୟକ୍ଷ ହେବାର ଯୋଗ୍ୟତା ନାହିଁକି ? ଓଡ଼ିଶା ସରକାର ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ଭଳି ସୁପ୍ରିମକୋର୍ଟ ଯାଇ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବା ପରେ ନିର୍ବାଚନ କରିବାକୁ କଂଗ୍ରେସ ଦାବି କରିଥିଲା, କିନ୍ତୁ ସରକାର ଜାଣିଶୁଣି ଏହି ବର୍ଗଙ୍କୁ ବଂଚିତ କରିବାପାଇଁ ତରବରିଆ ଭାବେ ଉଭୟ ପଂଚାୟତ ନିର୍ବାଚନ କଲେ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି।

ଚଳିତ ପଂଚାୟତ ନିର୍ବାଚନରେ ବାଲିକୁଦା ଜୋନ ନଂ -୨ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରେ ଜଣେ ସାଧାରଣ ବର୍ଗର ଲୋକଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି । ରାଜ୍ୟ ନିର୍ବାଚନ କମିଶନ ପାଖରେ ଅଭିଯୋଗ କରାଗଲାପରେ ମଧ୍ୟ ସଂପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ନାକଚ ହୋଇ ନାହିଁ । ଉପରୋକ୍ତ ଘଟଣାରୁ ଜଣାପଡୁଛି ଯେ ଶାସକ ବିଜୁ ଜନତା ଦଳ, ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ଦଳିତ, ଆଦିବାସୀ ଓ ପଛୁଆବର୍ଗ ବିରୋଧି। ସମ୍ବିଧାନର ବିଧବ୍ୟବସ୍ଥା ଅନୁସାରେ ବିନା ପକ୍ଷପାତିତାରେ ଦାୟୀତ୍ବ ନିଭାଇବାକୁ ଶପଥ ନେଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମ୍ବିଧାନ ବିରୋଧ କାମ କରିଛନ୍ତି, ତେଣୁ ଲୋକେ ଏହାର ପ୍ରକୃତ ଜବାବ ଦେବେ କଂଗ୍ରେସ ନେତା ମନୋଜ ମହାପାତ୍ର କହିଛନ୍ତି ।

 

Related Posts