ସାଧାରଣ ଜନତାଙ୍କ ପାଇଁ ଏହି ବଜେଟ ନୁହଁ: ପଞ୍ଚାନନ କାନୁନଗୋ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଚଳିତ ବର୍ଷର ବଜେଟକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ। ଏହା କର୍ପୋରେଟ ବଜେଟ। ଏଥିରେ ଚାଷୀ ଓ ସାଧାରଣ ଲୋକ ହତାଶ ହୋଇଛନ୍ତି। ଇ ଏଜୁକେସନ କାର୍ୟ୍ୟକ୍ରମରେ କର୍ପୋରେଟ ସଂସ୍ଥା ଲାଭବାନ ହେବେ।

ଦରଦାମ କମିବା ନେଇ ବଜେଟରେ କିଛି ସ୍ପଷ୍ଟତା ନାହିଁ। ଚାଷୀଙ୍କ ପାଇଁ କେବଳ କଥା ମିଳିଛି। ବଜେଟରେ କିଛି ସ୍ବତନ୍ତ୍ରତା ନାହିଁ। ପ୍ରଧାନମନ୍ତ୍ରୀଙ୍କ ଶକ୍ତି ଯୋଜନା କେବଳ ଧୂଆଁବାଣ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି। ସେପଟେ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିରୋଧୀ ଦଳ । କିଏ ଏହା ସରକାରର ନୁହଁ ବରଂ ପୁଞ୍ଜୀପତିଙ୍କ ବଜେଟ ବୋଲି କହୁଛି ତ ଆଉ କିଏ ସାଧାରଣ ଜନତାଙ୍କ ସପକ୍ଷରେ କହୁଥିବାର ଦେଖିବାକୁ ମିଳିଛି ।

Related Posts