କେରଳ ସୁନା ଚୋରା ଚାଲାଣ ମାମଲା; ମୁଖ୍ୟମନ୍ତ୍ରୀଙ୍କ ସହ ମୋର ବ୍ୟକ୍ତିଗତ ନୁହଁ ବରଂ ବୃତ୍ତିଗତ ସମ୍ପର୍କଥିଲା: ସ୍ୱପ୍ନା ସୁରେଶ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେରଳର ପ୍ରସିଦ୍ଧ ସୁନା ଚୋରା ଚାଲାଣ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶ ରାଜ୍ୟର ବରିଷ୍ଠ ନେତା ତଥା ଅଧିକାରୀଙ୍କ ସହ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି। ତେବେ ତାଙ୍କର କେରଳ ସିଏମ ସହିତ କୌଣସି ବ୍ୟକ୍ତିଗତ ସମ୍ପର୍କ ନଥିଲା, କିନ୍ତୁ ତାଙ୍କର ଏକ ବୃତ୍ତିଗତ ସମ୍ପର୍କ ରହିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ପୂର୍ବତନ ମୁଖ୍ୟ ସଚିବ ଶିବଶଙ୍କରଙ୍କ ସହ ମଧ୍ୟ ବୃତ୍ତିଗତ ସମ୍ପର୍କ ରହିଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କ ସହିତ ମୋର କୌଣସି ବ୍ୟକ୍ତିଗତ ସମ୍ପର୍କ ନଥିଲା । ସେପଟେ ସ୍ୱପ୍ନା କହିଛନ୍ତି ଯେ କୃତି ଜଲିଲଙ୍କ ସହ ତାଙ୍କର ମଧ୍ୟ ଏକ ସମ୍ପୂର୍ଣ୍ଣ କାର୍ୟ୍ୟ ସମ୍ପର୍କ ରହିଛି। ଜଲିଲଙ୍କ ତତ୍କାଳୀନ କନସୁଲ ଜେନେରାଲଙ୍କ ସହ ଅତି ଘନିଷ୍ଠ ସମ୍ପର୍କ ଥିଲା । ସ୍ୱପ୍ନା ଏହା ମଧ୍ୟ କହିଛନ୍ତି ଯେ ମୋର କେରଳର ପୂର୍ବତନ ବାଚସ୍ପତି ପି ଶ୍ରୀରାମକୃଷ୍ଣଙ୍କ ସହ ମୋର ଭଲ ଏବଂ ଆନ୍ତରିକ ବନ୍ଧୁତା ଏବଂ ପାରିବାରିକ ସମ୍ପର୍କ ରହିଛି।

ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟପଟେ କେରଳର ଏହି ଜଣାଶୁଣା ସୁନା ଚୋରା ଚାଲାଣ ମାମଲାରେ ସ୍ୱପ୍ନା ସୁରେଶ ୧୬ ମାସ ଜେଲରେ ଥିଲେ। ନଭେମ୍ବର ୨, ୨୦୨୧ ରେ ତାଙ୍କୁ କେରଳ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ଏବଂ ନଭେମ୍ବର ୧୬ ରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ବେଆଇନ କାର୍ୟ୍ୟକଳାପ ନିବାରଣ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରି ସ୍ୱପ୍ନାଙ୍କୁ ଜାତୀୟ ଅନୁସନ୍ଧାନ ଜୁଲାଇ ୧୧, ୨୦୨୦ ରେ ଗିରଫ କରିଥିଲା। ୨୫ ଲକ୍ଷ ଜାମିନରେ ଅଦାଲତ ସ୍ୱପ୍ନାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେପଟେ କୂଟନୀତିଜ୍ଞମାନଙ୍କୁ ଦିଆଯାଇଥିବା ବିଶେଷ ସୁବିଧା ସୁଯୋଗର ଅପବ୍ୟବହାର କରି ବହୁ ପରିମାଣରେ ସୁନା କେରଳରେ ଚୋରା ଚାଲାଣ କରାଯାଉଥିଲା।

ଜୁଲାଇ ୫, ୨୦୧୯ ରେ, ଥିରୁବନନ୍ତପୁରମର କଷ୍ଟମ ବିଭାଗ ଏହି ମାମଲା ରୁଜୁ କରି ପ୍ରାୟ ୩୦ କିଲୋଗ୍ରାମ ସୁନା ଜବତ କରିଛି। ଏହି ମାମଲାରେ ବହୁ ବରିଷ୍ଠ ନେତା, ରାଜ୍ୟର ଅଧିକାରୀମାନଙ୍କ ଉପରେ ଆରୋପ ଲାଗିଥିଲା । ସ୍ୱପ୍ନା ସୁରେଶ ୟୁଏଇର ଜଣେ ପୂର୍ବତନ ବାଣିଜ୍ୟ ଅଧିକାରୀ। ସୁନା ଚୋରା ଚାଲାଣ ମାମଲାରେ ତାଙ୍କ ନାମ ସାମ୍ନାକୁ ଆସିବା ମାତ୍ରେ କେରଳର ରାଜନୀତିରେ ଏକ ଭୂକମ୍ପ ହୋଇଥିଲା। କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ସ୍ୱପ୍ନାର ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା । ସେ ‘ଡିଲ୍ ମହିଳା’ ଭାବରେ ପ୍ରସିଦ୍ଧ ହୋଇଥିଲେ ।

Related Posts