ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମା ମାଡ଼

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାର୍ଥୀମାନେ ନିଜର ପ୍ରଚାର ପାଇଁ ଲୋକଙ୍କ ପାଖକୁ ଯିବାରେ ଲାଗିଛନ୍ତି । ଏହା ମଧ୍ୟରେ ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତେବେ କାଠଖୁଣ୍ଟ ଗ୍ରାମର ଜଣେ ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ସୁଶୀଲ କୁମାର ମଲିକଙ୍କ ଘର ଉପରକୁ ରାତି ଅଧିଆ ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି। ରାତି ପ୍ରାୟ ଟା ୪୫ମିନିଟ୍ ସମୟରେ ଘରେ ଶୋଇଥିବା ବେଳେ ୩ ଜଣ ଏକ ଧଳା ରଙ୍ଗର କାରରେ ଆସି ଏଭଳି ଘଟଣା ଘଟାଇଥିବା ସୁଶୀଲ ମଲ୍ଲିକ କହିଛନ୍ତି।

ସେପଟେ ଦୁଇ ଦିନ ପୂର୍ବରୁ ମଧ୍ୟ ତାଙ୍କ ପ୍ରଚାର ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଧମକ ଦିଆଯାଇଥିଲା। ଏ ନେଇ ଏକ ଏତଲା ମଧ୍ୟ ସେ ନରସିଂହପୁର ଥାନାରେ କରିଥିଲେ । ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥିନୀ ଲିପିନା ନାୟକଙ୍କ ସମର୍ଥକ ଏପରି କରିଥିବା ସୁଶୀଲ କହିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ରହିଥିବାବେଳେ ଏଭଳି ଘଟଣା ସାମ୍ନାକୁ ଆସିବା ଫଳରେ ରାଜ୍ୟର ରାଜନୀତି ବର୍ତ୍ତମା ନ ଚଳଚଞ୍ଚଳ ହୋଇ ଉଠିଛି ।

Related Posts