ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଜୀବନ୍ତ ଟିଫିନ୍ ବୋମା ଉଦ୍ଧାର: ରାୟଗଡ଼ା ପୋଲିସକୁ ସଫଳତା

ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ କୁ ନେଇ ମତଦାନ ଜୋରସୋରରେ ଚାଲିଥିବା ବେଳେ, ଆଜି ଚାଲିଛି ତୃତୀୟ ପର୍ଯାୟ ମତଦାନ | ଏହାରି ମଧ୍ୟରେ ରାୟଗଡା ପୋଲିସକୁ ମିଳିଛି ବଡ଼ ସଫଳତା । ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଜୀବନ୍ତ ଟିଫିନ୍ ବୋମା ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ଯବାନ । କୁମ୍ବିଂ ଅପରେସନ ସମୟରେ ବୋମାଟିକୁ ଉଦ୍ଧାର କରିଛନ୍ତି ଯବାନ । କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଯବାନମାନେ ଏହି ଜୀବନ୍ତ ଟିଫିନ୍ ବୋମା ଜବତ କରିଛନ୍ତି ।

ଯାହା କୁହାଯାଉଛି, ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ଟିଫିନ୍ ବୋମା ରଖିଥିଲେ । ଯାହାକୁ ଭଣ୍ଡୁର କରିଛନ୍ତି ଯବାନ । ଯବାନମାନେ କୁମ୍ବିଂ ଅପରେସନ କରୁଥିବା ବେଳେ ଉକ୍ତ ପୋଲକୁ ସନ୍ଦେହ କରି ଯାଞ୍ଚ କରିଥିଲେ । ଏହି ସମୟରେ ଟିଫିନ ବୋମାଟିକୁ ଠାବ କରାଯାଇଛି । ସମଗ୍ର ଅଞ୍ଚଳକୁ ସିଲ୍ କରାଯିବା ସହ ଉଦ୍ଧାର ବୋମାକୁ ନିଷ୍କ୍ରିୟ କରିବାକୁ ସିଆରପିଏଫର ବୋମା ନିଷ୍କ୍ରିୟ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି ।

Related Posts