ପୁରୀ(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବଚାନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଶାସକ ବିଜେଡି ବିରୋଧୀଙ୍କୁ ମାତ ଦେଇ ଆଗେଇ ଚାଲିଛି । ଏହା ମଧ୍ୟରେ ପୁରୀରେ ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି ଆଗୁଆ ରହିଛି ।

ପୁରୀ ଜିଲ୍ଲା ପରିଷଦରେ ଏବେ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ କୌଣସି ବି ଆସନରେ ଆଗୁଆ ରହିପାରିନାହାନ୍ତି ବୋଲି ଟ୍ରେଣ୍ଡରୁ ସ୍ପଷ୍ଟ ବାରି ହୋଇଯାଉଛି । ତେବେ ପୁରୀ ଜିଲ୍ଲା ପରିଷଦରେ ମୋଟ୍ ୩୩ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଯାହା ଭିତରୁ ଶନିବାର ୧୧ଟି ଜୋନର ଗଣତି କରାଯାଉଛି । ଆଉ ସମସ୍ତ ଜୋନରେ ଶାସକ ବିଜେଡି ଆଗୁଆ ରହିଛି । ଫଳରେ ପୁରୀ ବିଜେପି ଓ କଂଗ୍ରେସ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।