ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁ-ଟ୍ୟୁବ ଦେଖି ଯୁବକଙ୍କର ଲିଙ୍କ ପରିବର୍ତ୍ତନ କରୁଥିଲେ । କିନ୍ତୁ ଯୁବକଙ୍କରେ ଏହି ଅସ୍ତ୍ରୋପଚାରରେ ଜୀବନ ଚାଲିଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ । ତେବେ ଲିଙ୍ଗ ପରିବର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରିଥିବା ୨୮ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି। ୟୁଟ୍ୟୁବରୁ ଦେଖି ସେହି ପ୍ରକ୍ରିୟାକୁ ଉପଯୋଗ କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ଦୁଇ ଜଣ ବି-ଫାର୍ମା ଛାତ୍ର ଏକ ଲଜ୍ରେ ଏଭଳି ସର୍ଜରୀ କରୁଥିଲା ବେଳେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଶ୍ରୀକାନ୍ତ। ତାଙ୍କ ଘର ପ୍ରକାଶମ ଜିଲ୍ଲାରେ। ସେ ଜଣେ ଶ୍ରମିକ ଭାବେ କାମ କରନ୍ତି। ଶ୍ରୀକାନ୍ତ ବିବାହିତ ଥିଲେ। ତେବେ କିଛ ଦିନ ଧରି ସେ ନିଜ ସ୍ତ୍ରୀଙ୍କୁ ଛାଡ଼ି ଏକାକୀ ରହୁଥିଲେ। ପରେ ଶ୍ରୀକାନ୍ତ ସମ୍ପୃକ୍ତ ୨ ଜଣ ବି ଫାର୍ମାଙ୍କ ଛାତ୍ରଙ୍କ ଯୋଗାଯୋଗରେ ଆସି ଭେଟିଥିଲେ।
ସେ ନିଜର ସମସ୍ୟା ବିଷୟରେ କହିବା ସହ ଲିଙ୍ଗ ପରିବର୍ତ୍ତନ ପାଇଁ କହିଥିଲେ। ଯାହାକୁ ଇଂରାଜୀରେ ରିଜାଇନ୍ମେଣ୍ଟ ବୋଲି କୁହାଯାଏ। ଏହି ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟାରେ ସେ ପୁଅରୁ ଝିଅ ହେବା ପାଇଁ ଚାହୁଁଥିଲେ। ଏଥିପାଇଁ ସେ ମୁମ୍ବାଇ ଯିବା ପାଇଁ ଚାହୁଁଥିଲେ। ହେଲେ ଅଳ୍ପ ଖର୍ଚ୍ଚରେ ସମ୍ପୃକ୍ତ ଦୁଇ ଛାତ୍ର କରିଦେବେ ବୋଲି ତାଙ୍କୁ ମନାଇଥିଲେ। ଏଥିରେ ଶ୍ରୀକାନ୍ତ ରାଜି ହୋଇଥିଲେ। ଛାତ୍ର ଦୁଇ ଜଣ ଶ୍ରୀକାନ୍ତକୁ ଏକ ପ୍ରାଇଭେଟ୍ ଲଜ୍ରେ ସର୍ଜରୀ କରିଥିଲେ। ୟୁ-ଟ୍ୟୁବରୁ ସର୍ଜରୀ ପ୍ରକ୍ରିୟା ଦେଖି ଏହାକୁ ଉପଯୋଗ କରିଥିଲା। ହେଲେ ଦୁର୍ଭାଗ୍ୟବସତଃ ସର୍ଜରୀ ବିଫଳ ହୋଇଥିଲା । ଏହି ସମୟରେ ଯୁବକ ଜଣକର ପ୍ରବଳ ରକ୍ତସ୍ରାବ ହୋଥିଲା। ଏହା ପରେ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିଲା। ପରେ ଲଜ୍ ଷ୍ଟାଫ୍ମାନେ ମୃତ ଦେହକୁ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଉଭୟ ଛାତ୍ରଙ୍କୁ ପୁଲିସ ଗିରଫ କରିଛି।





