କରୋନା କବ୍ଜାରେ ସାଉଥ ଅଭିନେତ୍ରୀ ଶ୍ରୁତି ହାସନ

ସାଉଥ ଅଭିନେତ୍ରୀ ଶ୍ରୁତି ହାସନଙ୍କୁ କରୋନା | ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି | ତେବେ ଏ ସମ୍ପର୍କରେ ଶ୍ରୁତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି | ଏଥିସହ ନିଜ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ନିବେଦନ କରିଛନ୍ତି | ସେପଟେ ଶ୍ରୁତି(୩୬)ଙ୍କଠୁ ଏହି ଖବର ଶୁଣିବା ପରେ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

ସମସ୍ତ ନିୟମାବଳୀ ମାନିବା ପରେ ମଧ୍ୟ ସେ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ସେ କହିଛନ୍ତି । ତେବେ ସେ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି । ଶ୍ରୁତିଙ୍କଠୁ ଏହି ଖବର ପାଇବା ପରେ ଫିଲ୍ମ ଇଣ୍ଡଷ୍ଟିଠାରୁ ଆରମ୍ଭ କରି ପ୍ରଶଂସକ ସମସ୍ତେ Get well soon ମେସେଜ କରିଥିବା ଦେଖିବାକୁ ମିଳିଛି ।ଶ୍ରୁତିଙ୍କ ପୋଷ୍ଟରେ କମେଣ୍ଟ କରି ନିର୍ଦ୍ଦେଶକ ସିଦ୍ଧାର୍ଥ ମଲହୋତ୍ରା ଲେଖିଛନ୍ତି ଯେ ଖୁବଶୀଘ୍ର ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କର ଓ ଅଶେଷ ଅଶେଷ ଭଲ ପାଇବା । ସେପଟେ ଗାୟକ ସୋଫି ଚୌଧୁରୀ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ସୂଚନା ଥାଉ କି ଶ୍ରୁତି ଶେଷ ଥର ପାଇଁ ଆମାଜନ ପ୍ରାଇମ ଭିଡ଼ିଓର ସାଇକୋଲୋଜିକାଲ ଥ୍ରିଲର Best Sellerରେ ନଜର ଆସିଥିଲେ ।

Related Posts