ଋଷ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଋଷ ର ଆକ୍ରମଣ ପ୍ରଭାବରେ ୟୁକ୍ରେନ କ୍ଷତିଗ୍ରସ୍ତ ହେବାରେ ଲାଗିଛି । କିନ୍ତୁ ମନୋବଳ ଦୃଢ଼ କରି ଋଷ କୁ କଡ଼ା ଜବାବ ଦେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବ୍ୟତିବ୍ୟସ୍ତ ହୋଇ ପଡିଥିବା ୟୁକ୍ରେନ ୟୁରୋପୀୟ ୟୁନିଅନରେ ସାମିଲ ହେବା ନେଇ ଆଶା ପ୍ରକଟ କରିଛି । ଆଜି (ସୋମବାର) ୟୁକ୍ରେନକୁ ତୁରନ୍ତ ୟୁରୋପୀୟ ପରିଷଦର ସଦସ୍ୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।
ଏକ ନୂତନ ଭିଡିଓରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନକୁ ତୁରନ୍ତ ଏକ ସ୍ବତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ୟୁରୋପୀୟ ୟୁନିଅନରେ ସାମିଲ କରିବା ପାଇଁ ନିବେଦନ କରୁଛୁ । ସେହିପରି ପରିଷଦ ଚାହିଁଲେ ତୁରନ୍ତ ସଦସ୍ୟତା ମିଳିବା ମଧ୍ୟ ସମ୍ଭବ ବୋଲି ସେ ଆଶା ପ୍ରକାଟ କରିଛନ୍ତି ।ଅନ୍ୟପଟେ ପଶ୍ଚିମ ରାଷ୍ଟ୍ରମାନଙ୍କ ସମେତ ବିଭିନ୍ନ ଦେଶ ଋଷକୁ ଆକ୍ରମଣ ପାଇଁ ନିନ୍ଦା କରିବା ଆରମ୍ଭ କରିଥିବା ବେଳେ ୟୁକ୍ରେନ ପ୍ରତି ସମର୍ଥନ ମଧ୍ୟ ବଢିବାରେ ଲାଗିଛି ।
ଆଜି ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିସେଲ ବାଚଲେଟ୍ କହିଛନ୍ତି ଯେ ସାତଜଣ ଶିଶୁଙ୍କ ସମେତ ଅତି କମରେ 102 ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି କିନ୍ତୁ ପ୍ରକୃତ ସଂଖ୍ୟା ବୋଧହୁଏ ଅଧିକ ।
