ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଘଟିଛି ଏକ ମର୍ମତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର ଗଛରେ ପିଟି ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ସମସ୍ତ ମୃତାହତ ଛତିଶଗଡ଼ର ମହାସମୁନ୍ଦ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ବରଗଡ଼ରୁ ନୂଆପଡ଼ା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜୋଙ୍କ ପୁଲିସ ଓ ନୂଆପଡ଼ା ଅଗ୍ନିଶମ ବାହିନୀର ଗୁରୁତର ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।





