ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘନଘନ ଆକ୍ରମଣ | ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି | ଯାହାର କଡା ଜବାବ ଦେଉଛନ୍ତି ୟୁକ୍ରେନ ସେନା | ହାର ମାନିବାକୁ ନାରାଜ ଉଭୟ ଦେଶ | ଯାହାଫଳରେ ଯୁଦ୍ଧ ଏବେ ଭୟଙ୍କର ରୂପ ଧାରଣ କରିଛି | ଏହାରି ମଧ୍ୟରେ ବଳି ପଡୁଛନ୍ତି ନିରୀହ ଜନତା | ୟୁକ୍ରେନ ନିଜର ଦେଶ ବାସୀଙ୍କୁ ହରାଉଥିବା ବେଳେ, ୟୁକ୍ରେନ ରେ ଫସି ରହିଥିବା ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଜେନେରାଲ ଭି.କେ ସିଂ ଗୁରୁବାର ଦିନ ପୋଲାଣ୍ଡର ରେଜୋ ବିମାନବନ୍ଦରରେ ଏହି ସୂଚନା ଦେଇଛନ୍ତି ।

ଭି.କେ ସିଂ କହିଛନ୍ତି, କିଭର ଜଣେ ଛାତ୍ରଙ୍କୁ ଗୁଳି ଚଳାଇଥିବାର ଖବର ମିଳିଛି । ତାଙ୍କୁ ତୁରନ୍ତ କିଭ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି, “ଭାରତୀୟ ଦୂତାବାସ ଅଗ୍ରାଧିକାର ଭିତ୍ତିରେ ଏହା ସ୍ପଷ୍ଟ କରିସାରିଛି ଯେ ସମସ୍ତେ କିଭ ଛାଡିବା ଉଚିତ୍ । ଯୁଦ୍ଧ ହେଲେ ଗୁଳି ବିନିମୟ କାହାର ଧର୍ମ ଏବଂ ଜାତୀୟତାକୁ ଦେଖେ ନାହିଁ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରତ୍ୟକ୍ଷ ପ୍ରଭାବ ଭାରତ ଉପରେ ମଧ୍ୟ ଦୃଶ୍ୟମାନ ହେଉଛି । ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକର ନବୀନ ।