କରୋନା ପଞ୍ଝାରେ ବଲିଉଡର ଆଉ ଜଣେ ଅଭିନେତ୍ରୀ । ଗତ କିଛି ଦିନ ହେବ ବଲିଉଡ କଳାକାର କରୋନା ସଂକ୍ରମିତ ହେବା ନେଇ ଖବର ଆସୁଥିବା ବେଳେ ବଲିଉଡର ଆଉ ଜଣେ ଅଭିନେତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରିସ୍ମା କପୁର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅଭିନେତ୍ରୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । କରିସ୍ମାଙ୍କ ଭଉଣୀ କରିନା କପୁର ଏ ନେଇ ଏକ ଭିଡିଓରେ କହିଛନ୍ତି ।
କରିନା ଗୁରୁବାର କରିସ୍ମା କପୁରଙ୍କ ସ୍ବାସ୍ଥ୍ୟ ବିଷୟରେ କାଜଲଙ୍କୁ କହିଛନ୍ତି। ସୁଟିଂ ସମୟରେ କାଜଲ ଏବଂ କରିନା ପରସ୍ପରକୁ ଭେଟିଥିଲେ ଏବଂ ପାପାରାଜି ସେମାନଙ୍କୁ ସ୍ପଟ କରିଥିଲେ । ସୋସିଆଲ ମିଡିଆରେ ସେମାନଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଅଭିନେତ୍ରୀ ସେମାନଙ୍କ ପରିବାର, ସ୍ବାସ୍ଥ୍ୟ, କୋରୋନା ଭାଇରସ୍ ଏବଂ କରିନାଙ୍କ ପୁଅ ଜେହ ବିଷୟରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଥିଲା ।ଭିଡିଓରେ କରିନା ଏବଂ କାଜଲଙ୍କୁ କଳା ଏବଂ ଧଳା ପୋଷାକରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଦୁହେଁ ଠିଆ ହୋଇ ପରସ୍ପର ସହ କିଛି ମିନିଟ୍ କଥା ହୋଇଥିଲେ । କରିନା କହୁଛନ୍ତି, କ’ଣ ଘଟୁଛି ? କାଜଲ କରିନାଙ୍କୁ ଜେହ ସମ୍ପର୍କରେ ପଚାରିଥିଲେ। ଏହା ପରେ କାଜଲ କହିଛନ୍ତି ଯେ, ତାଙ୍କ କୋରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।





