ୟୁକ୍ରେନ ଯୁଦ୍ଧ ସଂପର୍କିତ ଋଷିଆ ବିରୋଧୀ ଖବର ପ୍ରସାରଣ ଉପରେ ରୁଷ ସରକାରଙ୍କ କଟକଣା: ଭୁଲ ସୂଚନା ପ୍ରସାରଣ କଲେ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ

ରୁଷ ର ୟୁକ୍ରେନ ଉପରକୁ ଆକ୍ରମଣ କରିବା ଘଟଣାକୁ ନେଇ ଖୋଦ ରୁଷିଆବାସୀ ଏହାର ଘୋର ବିରୋଧ କରି ଆସୁଛନ୍ତି | ଏନେଇ ରାଷ୍ଟପତି ଭବନ ସମୁଖରେ ଅନେକ ସାଧାରଣ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ | ଯାହାକୁ ପରେ ପୋଲିସ ଗିରଫ କରି ନେଇଥିବା ଖବର ସାମ୍ନାକୁ ଆସିଥିଲା | ସେପଟେ ଟିଭି ଓ ରେଡ଼ିଓ ରେ ଯୁଦ୍ଧ ବିରୋଧ ଖବର ପ୍ରସାରଣ ହେଉଥିବା ଦେଖିବାକୁ ମିଳିଛି | ତେବେ ଯୁଦ୍ଧ ସଂପର୍କିତ ମିଛ ଖବର ପ୍ରସାରଣ ତଥା ମିଛ- ଅର୍ଥାତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ଯାହାକୁ ମିଛ ବୋଲି ବିଚାର କରାଯିବ ସେନେଇ ଏକ ନୂଆ ଆଇନ ଆଣିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହି ଆଇନ ଅନୁସାରେ ୟୁକ୍ରେନ ବିରୋଧରେ ଯୁଦ୍ଧ ସଂପର୍କିତ ମିଛ ଖବର ପ୍ରସାରଣ କଲେ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ହେବ । ଭୁଲ ସୂଚନା ପ୍ରସାରଣ ପାଇଁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯିବ ବୋଲି ରୁଷ ସରକାରଙ୍କ ପକ୍ଷରୁ ନିର୍ଦେଶ ନାମା ଜାରି କରାଯାଇଛି ।

ୟୁକ୍ରେନ ଯୁଦ୍ଧ ସଂପର୍କିତ ଋଷିଆ ବିରୋଧୀ ଖବର ସବୁ ପ୍ରସାରଣ ହେଉଥିବାରୁ ଫେସବୁକ ଓ ଟ୍ୱିଟର ଉପରେ କଟକଣା ଲଗାଇଛି ମସ୍କୋ । ସେହିପରି ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ଓ ସିଏନଏନ ଉପରେ ମଧ୍ୟ କଟକଣା ଲଗାଯାଇଛି । ଅର୍ଥାତ ଋଷିଆ ସେନା ସଂପର୍କିତ ଖବର କେବଳ ମସ୍କୋର ମର୍ଜିରେ ଚାଲିବ । ରାଷ୍ଟ୍ରପତି ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ ଚାହୁଁନଥିବା ଖବରକୁ ଏମାନେ ପ୍ରସାରଣ କରିପାରିବେ ନାହିଁ । ରେଡିଓ ଚ୍ୟାନେଲ ଫ୍ରି-ୟୁରୋପ ଓ ରେଡିଓ ଲିବର୍ଟି ଉପରେ ମଧ୍ୟ ସମାନ ଧରଣର କଟକଣା ଲଗାଇଛି ଋଷିଆ ।

Related Posts