ପାକିସ୍ତାନ ପେଶୱାର ସ୍ଥିତ ଏକ ମସଜିଦ୍ ରେ ଭୟଙ୍କର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା 50 କୁ ବୃଦ୍ଧି

ପାକିସ୍ତାନ ପେଶୱାରର ଥିବା ଏକ ମସଜିଦ ରେ ବଡ଼ ଅଘଟଣ ଘଟିଛି । ସମୂହ ନମାଜ ପାଠବେଳେ ବେଳେ ଏକ ଭୟଂକର ବିସ୍ଫୋରଣ ରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୯୪ ଜଣ ଆହତ ହୋଇଥିବା ଜଣାପଡିଛି । ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ଆହତଙ୍କ ମଧ୍ୟରେ ୫୦ଜଣ ଗୁରୁତର ଆହତ ରହିଛନ୍ତି ।

ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ବି ସମ୍ଭାବନା ରହିଛି । ମସଜିଦ୍ରେ ସମୂହ ନମାଜ ପାଠବେଳେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିଲା । ଘଟଣାକୁ ନେଇ କୌଣସିବ ଆତଙ୍କି ସଙ୍ଗଠନ ନିଜକୁ ଦାୟି କରିନାହାଁନ୍ତି ।

ଅନ୍ୟପଟେ ଏହି ଦୁଃଖଦ ଘଟଣାକୁ ନେଇ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।

Related Posts