ବିଜେପି ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ରାଣା ଗୁରୁମିତ ସିଂହ ସୋଧି ଗିରଫ

ଭୋଟରଙ୍କୁ ମଦ ମାରିଲେ ବିଜେପି ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ରାଣା ଗୁରୁମିତ ସିଂହ ସୋଧି | ଏନେଇ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି | ରାଣା ସୋଧିଙ୍କ ସହ ପୂର୍ବତନ ବିଧାୟକ ସୁଖପାଲ ସିଂହ ମଧ୍ୟ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ, ଫେବୃୟାରୀ ୨୦ ତାରିଖ ଦିନ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ୨୯ ବର୍ଷୀୟ ସୁରଜିତ୍‌ ସିଂହ ରାଣା ସୋଧି ଏବଂ ସୁଖପାଲ ସିଂହଙ୍କ ବିରୁଦ୍ଧରେ ତାଙ୍କୁ ମାଡ ମାରିବାର ଅଭିଯୋଗ ଆଣିଛନ୍ତି । ଧାରା ୩୨୩ ଏବଂ ୫୦୬ ଅଧିନରେ ଦାୟର ଏତଲା ଆଧାରରେ ଦୁହିଁଙ୍କୁ ଗିରଫ କରାଯାଇଛି ।

କହିରଖୁଛୁ କି, ରାଣା ସୋଧି ଗୁରୁହରସାହେ(Guruharsahai) ଆସନରୁ ୪ ଥର ବିଧାୟକ ରହିଛନ୍ତି । ପରେ ସେ କଂଗ୍ରେସ ଦଳ ଛାଡି ଫିରୋଜପୁର ସହରରୁ ବିଜେପିର ପ୍ରାର୍ଥୀ ହୋଇଥିଲେ । ସେହିପରି ସୁଖପାଲ ସିଂହ ପୂର୍ବତନ ବିଧାୟକ ଏବଂ ମୁଖ୍ୟ ସଂସଦୀୟ ସଚିବ ଅଟନ୍ତି ।ପୀଡିତଙ୍କ ଅନୁଯାୟୀ, ନିର୍ବାଚନ ଦିନ ଯେତେବେଳେ ସେ ଭୋଟ ଦେବାକୁ ଯାଉଥିଲେ, ତାଙ୍କୁ ମାରପିଟ୍‌ କରିବାକୁ ବିଜେପି ପ୍ରାର୍ଥୀ ରାଣା ସୋଧି ଏବଂ ସୁଖପାଲ ସିଂହ ୨୦ ରୁ ୨୫ ଜଣ ଲୋକଙ୍କୁ କହିଥିଲେ । ଏପରିକି ସୁଖପାଲ ଏକ ବନ୍ଧୁକ ଜରିଆରେ ତାଙ୍କ ମୁଣ୍ଡକୁ ଆଘାତ କରିବା ସଙ୍ଗେ ସଙ୍ଗେ ମୋବାଇଲ ଫୋନ ଛଡାଇ ନେଇଥିବାର ଅଭିଯୋଗକାରୀ ସୁରଜିତ୍ ସିଂହ କହିଛନ୍ତି | ଅଭିଯୋଗ ଆଧାରରେ ପୋଲିସ ପୂର୍ବତନ ମନ୍ତ୍ରୀ ରାଣା ଗୁରୁମିତ ସିଂହ ସୋଧି ଓ ପୂର୍ବତନ ବିଧାୟକ ସୁଖପାଲ ସିଂହ ମଧ୍ୟ ଗିରଫ କରିଛି |

Related Posts