ବିଜେପି ପକ୍ଷରୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍

ବିଜେଡି ଓ କଂଗ୍ରେସ୍ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଏବେ ବିଜେପି ଘୋଷଣା କରିଛି ପ୍ରାର୍ଥୀ ନାଁ । ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।

ପୌର ନିର୍ବାଚନ ପାଇଁ ରାଜନୀତି ତେଜୁଥିବା ବେଳେ ଭୁବନେଶ୍ୱର ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡା କରିଥିବା ବେଳେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ଏବେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରି ପୌର ରାଜନୀତିକୁ ଆହୁରି ଉଷ୍ମ କରି ଦେଇଛି ।

ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁନୀତି । ତାଙ୍କର ଏକ ଟ୍ରଷ୍ଟ ରହିଛି ଯାହାର ନାଁ ଦକ୍ଷ ୱେଲଫେୟରା ଟ୍ରଷ୍ଟ । ଏହା ମାଧ୍ୟମରେ ସେ ଲୋକସେବା କରି ଆସୁଛନ୍ତି । ଓଡିଆରେ ଏମଏ ଓ ସାମ୍ବାଦିକ କ୍ଷେତ୍ରରେ କାମ ମଧ୍ୟ କରିଛନ୍ତି । ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କ ନାଁ ଘୋଷଣା କରିଛନ୍ତି ।

ସେହିପରି ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ(ବିଜେଡି) । ସେହିପରି ଭାରତୀୟ ଜନତା ପାର୍ଟି(ବିଜେପି) ସୁନୀତି ମୁଣ୍ଡଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ସମାଜସେବୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ କରିଛି କଂଗ୍ରେସ ।

Related Posts