ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି; ୨ଜଣଙ୍କ ମୃତ୍ୟୁ, ୫ ଗୁରୁତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି । ଏହି ମର୍ମନ୍ତୁକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ବୋଲି କୁହାଯାଉଛି। ତେବେ ଡୁଙ୍ଗୁରିପାଲି ବ୍ଲକ ଏସ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଭ୍ୟାନରେ ବରଯାତ୍ରୀମାନେ ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସେପଟେ ବରଯାତ୍ରୀ ଦଳ ଏକ କ୍ରୁଇଜର ଗାଡି (ଓଡି ୧୫ କ୍ୟୁ ୫୩୬୬)ରେ ଲଛିପୁର ନିକଟ ଖଲିଆପାଲିରୁ ବହାଘର ସାରି ବରଗଡ଼ ଜିଲ୍ଲା ଗଠିଆପାଲିକୁ ଫେରୁଥିବା ବେଳେ ରାତି ୧ଟା ସମୟରେ ବଡକର୍ଲେଠାରେ ଗଛକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୁଚନା ମିଳିଛି।

ସମସ୍ତଙ୍କୁ ଡୁଙ୍ଗୁରିପାଲି ସିଏଚସିକୁ ପ୍ରାଥମିକ ଚିକିତ୍ସା ସକାଶେ ନିଆଯାଇଥିବା ବେଳେ ୩ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭିମସାରକୁ ରେଫର କରାଯାଇଥିବା ସୁଚନା ମିଳିଛି। ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ସିଏଚସିକୁ ନେଇଥିବା ବେଳେ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

Related Posts