ସମ୍ବଲପୁର: ହତ୍ୟା ବଦଳରେ ହତ୍ୟା | ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖ ମଧ୍ୟରେ ହତ୍ୟା କାରିକୁ ବୀଚ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା କଲେ ସମ୍ପର୍କୀୟ | ସମ୍ବଲପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ହତ୍ୟାକାରୀକୁ ହତ୍ୟା କରିଛନ୍ତି ସମ୍ପର୍କୀୟ । ଧମା ଥାନା ଗୁଣ୍ଡେରପୁର ଗାଁରେ ଘଟିଛି ଏକ ଲୋମହର୍ଷକାରୀ ଘଟଣା । ମୃତକ ଜଣକ ହେଉଛନ୍ତି କମଳ ବାଗ । ସୂଚନା ଅନୁସାରେ ଗତବର୍ଷ ଅଗଷ୍ଟମାସରେ ମୃତ କମଳଙ୍କ ପରିବାର ମାଖନୀ ବାଗ ନାମକ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।
ଘଟଣାରେ ଜେଲ ମଧ୍ୟ ଯାଇଥିଲେ କମଳା ବାଗ । ଗତକାଲି କମଳା ଜେଲରୁ ବାରିବା ପରେ ଗାଁ ଦାଣ୍ଡରେ ପୁଣି ପାଟିତୁଣ୍ଡ କରିଥିଲେ । ପ୍ରତିଶୋଧ ପରାୟଣ ହୋଇ ମାଖନିଙ୍କ ସମ୍ପର୍କିୀୟ କମଳାଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ ହତ୍ୟା କରିଥିଲେ । ପରେ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଯାଇଥିବାର ଅଭିଯୋଗ ହୋଇଛି । ତେବେ ବର୍ତମାନ ସୁଦ୍ଧା ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ପଚରାଉଚୁରା ଜାରି ରଖିଛି ।





