ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ନେଇ ଏବେ ସମସ୍ତଙ୍କ ନଜର ୟୁକ୍ରେନ ଉପରେ ଥିବା ବେଳେ, ଯୁଦ୍ଧର ସମାପ୍ତି ନେଇ ପ୍ରୟାସ କରୁଛନ୍ତି ଅନେକ ଦେଶ | ତେବେ ଏହି ଯୁଦ୍ଧ ମଧ୍ୟରେ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି | ତେବେ ଏହାରି ମଧ୍ୟରେ ଏବେ ସାରା ବିଶ୍ୱରେ ୟୁକ୍ରେନରେ ୧୧ ର୍ଷର ବାଳକକୁ ନେଇ ଚର୍ଚ୍ଚା ଜପିର ଧରିଛି | ତାହାରି ସାହାସିକତା ପାଇଁ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି | ଏପରିକି ‘ଋଷ- ୟୁକ୍ରେନ୍ ଯୁଦ୍ଧର ଅସଲ ନାୟକ- ରିଅଲ ହିରୋ’ ବୋଲି କହିଛନ୍ତି ସ୍ଲୋଭାକିଆର ସ୍ୱରାଷ୍ଟ୍ରମନ୍ତ୍ରୀ |
ରୁଷ ଓ ୟୁକ୍ରେନ ଯୁଦ୍ଧ କୁ ନେଇ ପାଖାପାଖି ୧୫ ଲକ୍ଷ ଲୋକ ଦେଶ ଛାଡି ପଳାଇଥିବାବେଳେ ଏହି କୁନି ପୁଅ କିନ୍ତୁ ଅଦମ୍ୟ ସାହାସ ଦେଖାଇଛି । ଗଣମାଧ୍ୟମରେ ୟୁକ୍ରେନବସାୀଙ୍କ ଦୁର୍ବିସହ କାହାଣୀ ଦେଖିବକୁ ମିଳିଥିବାବେଳେ ସାହାସ ଖୋଇ ଚର୍ଚ୍ଚାକୁ ଆସିଛି ୟୁକ୍ରେନର ୧୧ ବର୍ଷର ବାଳକ ।
ୟୁକ୍ରେନର ଦକ୍ଷିଣପୂର୍ବ ଜାପୋରିଝିଆ ସହରରୁ ଏହି କୁନି ପୁଅ ବାହାରି ଏକା ଏକା ୧୦୦୦ କିଲୋମିଟର ଯାତ୍ରା କରି ୋଷରେ ସ୍ଲୋଭାକିଆ ସହରରେ ପ୍ରବେଶ କରିଛି । ଦୀର୍ଘ ପଥ ଅତିକ୍ରମ କରିବା ସତ୍ତେ୍ୱ ପୁଅଟିର ମୁହଁରେ ଟିକେ ବି ଡର କି ଥକ୍କାପରର ଚିହ୍ନବର୍ଣ୍ଣ ନଥିଲା । ବରଂ ମୁହଁରେ ଲାଖିଥିଲା ସ୍ମିତ ହସ । ଏତେ କୁନି ପୁଅର ଏପରି ସାହାସକୁ ଚାରିଆଡେ ପ୍ରଶଂସା ହେଉଥିବାବେଳେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।
ସ୍ଲୋଭାକିଆର ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଟ୍ୱିଟ କରି ଏହି ସାହସୀ ବାଳକକୁ ‘ଋଷ- ୟୁକ୍ରେନ୍ ଯୁଦ୍ଧର ଅସଲ ନାୟକ- ରିଅଲ ହିରୋ’ ବୋଲି ଆଖ୍ୟା ଦେଇଛନ୍ତି । ପରିବାରର ଜଣେ ବୟସ୍କ ସଦସ୍ୟଙ୍କ ଦେହ ବହୁତ ଖରାପ ଥିବାରୁ ତାଙ୍କର ଦେଖାଶୁଣା କରିବାକୁ ତାଙ୍କ ବାପା , ମା’ ଦେଶ ଛାଡିଯାଇପାରିନଥିଲେ ।। ହେଲେ ଯୁଦ୍ଧରୁ ନିଜ ପୁଅକୁ ସୁରକ୍ଷିତ ରଖିବାକୁ ଆପଣାଇଥିଲେ ଅଭିନବ ବାଟ । ପୁଅକୁ ଏକୁଟିଆ ଟ୍ରେନରେ ବସାଇ ସ୍ଲୋଭାକିଆ ପଠାଇଦେବାକୁ ନିଷ୍ପତ୍ତି ନେଇଥିଲେ । ବନ୍ଧୁ ଯେପରି ପୁଅକୁ ଚିହ୍ନିପାରିବେ ସେଥିପାଇଁ ପୁଅର ହାତରେ ବନ୍ଧୁଙ୍କ ଫୋନ ନମ୍ବର ଲେଖିଦେଇଥିଲେ । ବ୍ୟାଗରେ କିଛି ଡ୍ରେସ ଓ ପାଣି ବୋତଲ ରଖିବା ସହ ହାତରେ ପାସେପୋର୍ଟ ଧରାଇ ଟ୍ରେନରେ ଚଢାଇଥିଲେ । କୁନି ପୁଅ ସ୍ଲୋଭାକିଆର ସୀମାରେ ପହଞ୍ଚିବା ପରେ ସେଠିକାର ସୈନିକ ତାଙ୍କୁ ସହଯୋଗ କରିଥିଲେ ଏବଂ ପୁଅର ହାତରେ ଲେଖାଥିବା ଫୋନ ନମ୍ବରରେ କଲ କରିଥିଲେ । ବନ୍ଧୁ ଓ ତାଙ୍କ ପତ୍ନୀ ସେଠାରେ ପହଞ୍ଚି କୁନି ପୁଅକୁ ଘରକୁ ନେଇଥିଲେ । ସୀମାରେ ପୁଅ ସୁରକ୍ଷିତ ଭାବେ ପହଞ୍ଚିଥିବାରୁ ସ୍ଲୋଭାକିଆ ସରକାର ଓ ସେନାର ସହଯୋଗ ପାଇଁ ବାଳକଟିର ମା’ ଧନ୍ୟବାଦ ଜଣାଇଛନ୍ତି |





