ବାରଣାସୀର ଗଙ୍ଗା ନଦୀରେ ବିସର୍ଜନ ହେଲା ଦିବଂଗତ ଲତାଜୀଙ୍କର ଅସ୍ଥି

ବିଶ୍ବରୁ ବିଦାୟ ନେଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକର । ଏବେ ବି ସମଗ୍ର ବିଶ୍ବ ତାଙ୍କୁ ଝୁରୁ ଥିବା ବେଳେ, ଆଜି ଦିବଂଗତ ଲତାଜୀଙ୍କର ଅସ୍ଥିକୁ ତାଙ୍କ ପରିବାର ସଦସ୍ୟ ବାରଣାସୀର ଗଙ୍ଗା ନଦୀରେ ବିସର୍ଜନ କରିଛନ୍ତି । ଲତା ମଙ୍ଗେଶକରଙ୍କ ଭଉଣୀ ଉଷା ମଙ୍ଗେଶକର ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଅସ୍ଥି କଳସ ନେଇ ସହିତ ବାରାଣାସୀରେ ପହଞ୍ଚିଥିଲେ। ସେ ଖିଡ଼କିଆ ଘାଟରେ ଏକ ଡଙ୍ଗା ନେଇ ସେଠାରୁ ଅହିଲ୍ୟାବାଇ ଘାଟକୁ ଯାଇଥିଲେ । ପୁରୋହିତ ଶ୍ରୀକାନ୍ତ ପଠକଙ୍କ ନିର୍ଦ୍ଦେଶରେ ଏହି ଘାଟରେ ବୈଦିକ ରୀତିନୀତି କରିବା ପରେ ଅସ୍ଥିକୁ ଗଙ୍ଗା ନଦୀରେ ବିସର୍ଜିତ କରାଯାଇଛି।

ସୂଚନାଯୋଗ୍ୟ, ଲତା ମଙ୍ଗେଶକର ଫେବୃଆରୀ 6ରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଫେବୃଆରୀ 10 ରେ ଲତା ମଙ୍ଗେଶକର ଅସ୍ଥି ନାସିକର ଗୋଦାବରୀ ନଦୀ ରାମକୁଣ୍ଡରେ ବିସର୍ଜନ କରାଯାଇଥିଲା। ଲତା ମଙ୍ଗେଶକରଙ୍କ ଭାଇ ହୃଦୟନାଥଙ୍କ ପୁଅ ଆଦିନଥ, ସାନ ଭଉଣୀ ଉଷା ମଙ୍ଗେଶକରଙ୍କ ସମେତ ମଙ୍ଗେଶକର ପରିବାରର ଅନେକ ଲୋକ ଏଠାରେ ଉପସ୍ଥିତ ଥିଲେ। ରୀତିନୀତି ଅନୁଯାୟୀ କଳସ ପୂଜା କରିବା ପରେ ଅସ୍ଥି ବିସର୍ଜନ କରାଯାଇଥିଲା। ବେଦମୂର୍ତ୍ତି ଶାନ୍ତାରାମ ଶାସ୍ତ୍ରୀ ଭାନୋସେ ଏବଂ ଗଙ୍ଗା ଗୋଦାବରୀ ପଞ୍ଚକୋଠୀ ପୁରୋହିତ ସଂଗଠନର ସଭାପତି ସତୀଶ ଶୁକ୍ଲାଙ୍କ ନିର୍ଦ୍ଦେଶରେ ସମସ୍ତ ଧାର୍ମିକ ରୀତିନୀତି ଅନୁଷ୍ଠିତ ହୋଇଥିଲା ।

Related Posts