ଇଭିଏମ ଚୋରି ଘଟଣା; ଟ୍ରେନିଂ ମାଜିଷ୍ଟ୍ରେଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭୋଟ ଗଣନାର ଦୁଇ ଦିନ ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଶାସକ ବିଜେପିକୁ ଭୋଟ ଚୋରି କରିଥିବାର ଅଭିଯୋଗ କରିଛନ୍ତି । ତାଙ୍କ ଦଳର କର୍ମୀମାନେ ବାରାଣାସୀରେ ଇଭିଏମ ପରିବହନ କରୁଥିବା ଏକ ଟ୍ରକକୁ ଅଟକାଇଥିବାର ଦାବି କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ସେପଟେ ଏଘଟଣାଟି ସାମ୍ନାକୁ ଆସିବା ପରେ ଟ୍ରେନିଂ ମାଜିଷ୍ଟ୍ରେଟ ଏନ କେ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଇଭିଏମ ପରିବହନରେ ତ୍ରୁଟି ହୋଇଥିବାର ସ୍ୱୀକାର କରିଛି ବାରଣାସୀ ପୁଲିସ ।

ଅନ୍ୟପଟେ ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ ରାଜ ଶର୍ମା କହିଛନ୍ତି, ଇଭିଏମକୁ ଆଜି ସକାଳେ ନିଆଯିବାର ଥିଲା । କିନ୍ତୁ ବର୍ତ୍ତମାନ ସପପେଣ୍ଡ ହୋଇଥିବା ଅଧିକାରୀ ବିନା କାହାକୁ ସୂଚନା ଦେଇ ମେସିନ ନେଇଯାଇଥିଲେ । ସେପଟେ ସମାଜବଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଦଳୀୟକର୍ମୀମାନେ ବାରଣାସୀରେ ଭୋଟିଂ ମେସିନ ନେଇ ଯାଉଥିବା ଟ୍ରକକୁ ରୋକିବା ପରେ ସମ୍ପୂର୍ଣ୍ଣ କଥା ସାମ୍ନାକୁ ଆସିଥିଲା । ତେବେ ନିୟମ ଅନୁଯାୟୀ ଷ୍ଟ୍ରଙ୍ଗ ରୁମରୁ ଟ୍ରେନିଂ କିମ୍ବା ରିଜର୍ଭ ରଖାଯାଇଥିା ମେସିନ ବାହରକୁ ନିଆଗଲେ ସମସ୍ତ ପ୍ରାର୍ଥୀଙ୍କୁ ସୂଚିତ କରାଯାଏ । କିନ୍ତୁ ଏଠାରେ ସେପରି କିଛି କରାଯାଇ ନାହିଁ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଥିଲା ।

Related Posts